ଦେଶ- ବିଦେଶ

ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଫେରିଲେ ସୁନୀତା

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ବଡ଼ ସଫଳତା। ମହାକାଶରୁ ଫେରିଲେ ସୁନୀତା। ୯ ମାସ ପରେ ପୃଥିବୀକୁ ସୁରକ୍ଷିତ ଫେରିଛନ୍ତି ଭାରତର ଝିଅ ସୁନୀତା ୱିଲିୟମ୍ସ। ସୁନିତା ୱିଲିୟମ୍ସଙ୍କ ସହିତ, ନାସାର ଅନ୍ୟ ମହାକାଶଚାରୀ ବୁଚ୍ ୱିଲମୋର ମଧ୍ୟ ସୁରକ୍ଷିତ ଭାବରେ ପୃଥିବୀରେ ଅବତରଣ କରିଛନ୍ତି। ଉଭୟ ମହାକାଶଚାରୀ ଭାରତୀୟ ସମୟ ଅନୁସାରେ ବୁଧବାର ୧୯ ମାର୍ଚ୍ଚ ଭୋର ୩.୨୭ ରେ ଫ୍ଲୋରିଡାର

ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍‌-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି । ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡିଙ୍ଗ କରିଛି ନାସାର ସ୍ୱତନ୍ତ୍ର ସ୍ପେସକ୍ରାଫ୍ଟ । ପରେ ୪ ମହାକାଶଚାରୀ ବାହାରକୁ ଆସିଥିବାର ଭିଡ଼ିଓ ସାମ୍ନାକୁ ଆସିଛି ।ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍‌ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା । ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ କ୍ୟାପସୁଲ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା। ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା। ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା । ପରେ ଯାନର ବେଗ କମ ହେବା ପରେ ଅନ୍ୟ ୨ଟି ପାରାସୁଟ ଖୋଲିଥିଲା ।

ପାରାସୁଟ ଯୋଗୁଁ ଯାନର ବେଗ କମ୍ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା । ସ୍ପେସଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ୱତନ୍ତ୍ର ବୋଟ ମୁତୟନ ରହିଥିଲା । ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ୱରେ ଖୁସିର ଲହରୀ ଖେଳଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button