ମନୋରଞ୍ଜନ

‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ଏକାଠି ନଜର ଆସିଲେ ଅଭିନେତା ବରୁଣ ଧାୱନ ଓ ଅଭିନେତ୍ରୀ ଜାହ୍ନବୀ କପୁର । ରୋମାଣ୍ଟିକ୍ କମେଡି ଫିଲ୍ମ ‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏବେ ଏହି ଫିଲ୍ମର ନୂତନ ରିଲିଜ୍ ଡେଟ୍ ସାମ୍‌ନାକୁ ଆସିଛି। ପୂର୍ବରୁ ଏହି ଫିଲ୍ମ ଏପ୍ରିଲ ୧୮ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ତେବେ କୌଣସି କାରଣବଶତଃ ଏହି ରିଲିଜ୍ ତାରିଖକୁ ୩ ମାସ ଯାଏ ଘୁଞ୍ଚାଯାଇଛି। ଆସନ୍ତା ସେପ୍େଟମ୍ବର ୧୨ରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି।

ବରୁଣ ଧାୱନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ତେଣୁ ‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଦ୍ୱିତୀୟଥର ପାଇଁ ଉଭୟଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଫିଲ୍ମ ନିର୍ମାତା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖେତନ। ପୂର୍ବରୁ ୨୦୨୩ରେ ରିଲିଜ୍ ହୋଇଥିବା ରୋମାଣ୍ଟିକ୍ ଆକ୍ସନ ଫିଲ୍ମ ‘ବୱାଲ’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉକ୍ତ ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହୋଇଥିଲା।

‘ସନି ସଂସ୍କାରୀ କି ତୁଲସୀ କୁମାରୀ’ ଫିଲ୍ମରେ ବରୁଣ ଓ ଜାହ୍ନବୀଙ୍କ ବ୍ୟତୀତ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା, ଅଭିନେତା ମନୀଷ ପଲ୍‌, ରୋହିତ ସରାଫ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ। ଆଗାମୀ ଦିନରେ ବରୁଣ ‘ବର୍ଡର ୨’ ଏବଂ ‘ଭେଡିୟା ୨’ ଫିଲ୍ମରେ ନଜରକୁ ଆସିବେ। ସେହିପରି ଜାହ୍ନବୀ ଆଗାମୀ ଦିନରେ ଅଭିନେତା ସିଦ୍ଧାର୍ଥ ମାଲ୍‌ହୋତ୍ରାଙ୍କ ସହ ‘ପରମ ସୁନ୍ଦରୀ’ ଓ ସାଉଥ୍ ଷ୍ଟାର ରାମଚରଣଙ୍କ ସହ ‘ଆରସି ୧୬’ ଫିଲ୍ମରେ ନଜରକୁ ଆସିବେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button