ବିଶେଷ

ଏମିତି ମନ୍ଦିର , ଯେଉଁଠି ନିଆରା ଢଙ୍ଗରେ ଦରମା ନିଅନ୍ତି ପୂଜକ

ଚିତୋଡଗଡ଼: ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମନ୍ଦିର ରହିଛି । ଆଉ ପ୍ରତ୍ୟେକ ମନ୍ଦିରର ପରମ୍ପରା ବି ଭିନ୍ନ ଭିନ୍ନ । ସେମାନଙ୍କ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ରାଜସ୍ଥାନରେ ଏପରି ଏକ ମନ୍ଦିର ରହିଛି, ଯାହାର ପରମ୍ପରା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ମନ୍ଦିରର ପୂଜକଙ୍କୁ ନିଆରା ଢଙ୍ଗରେ ମାସକୁ ଦରମା ପ୍ରଦାନ କରାଯାଇଥାଏ ।

ରାଜସ୍ଥାନରେ ରହିଛି ସାବରିଆ ସେଠ ମନ୍ଦିର । ଏହି ମନ୍ଦିର ସବୁବେଳେ ଚର୍ଚ୍ଚାରେ ରହିଥାଏ । କାରଣ ଏହା ଦେଶର ଗୋଟିଏ ମାତ୍ର ମନ୍ଦିର ଯେଉଁଠାରେ ବର୍ଷତମାମ ଭକ୍ତମାନେ କୋଟି କୋଟି ଟଙ୍କାର ଦକ୍ଷିଣା ଦେଇଥାନ୍ତି । ଏହି ମନ୍ଦିରରେ ଭକ୍ତମାନେ ଟଙ୍କା ବ୍ୟତୀତ ସୁନା, ରୁପା ଅଳଙ୍କାର ମଧ୍ୟ ଠାକୁରଙ୍କୁ ଦକ୍ଷିଣା ସ୍ୱରୂପ ଦେଇଥାନ୍ତି । ଏହି ମନ୍ଦିରରେ ପୂଜା କରୁଥିବା ପୂଜାରୀଙ୍କୁ ଦରମା ଦିଆଯିବାର ପ୍ରଥା ରହିଛି ।

ପରମ୍ପରା ଅନୁସାରେ, ପ୍ରତିମାସରେ ପୂଜାରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ ଆକାରରେ ଦରମା ଦିଆଯାଏ ନାହିଁ । ହିସାବ କରିବା ପାଇଁ ଯେତେବେଳେ ଭଣ୍ଡାର ଘର ଖୋଲାଯାଏ ସେତେବେଳେ ମୁଖ୍ୟ ପୂଜାରୀ ଦୁଇହାତରେ ଭରି କରି ଟଙ୍କା ବାହାର କରନ୍ତି । ଯାହା ହାତରେ ଯେତିକି ଟଙ୍କା ଆସିବ ସେ ଟଙ୍କା ଦରମା ଭାବେ ଗଣାଯିବ । ସେ ଏପରି ଭାବେ ମାସକୁ ଦରମା ନେଇଥାନ୍ତି । ବଳକା ଟଙ୍କା ଓ ସୁନା ସବୁ ଲକରରେ ରଖାଯାଇଥାଏ । ବର୍ଷକୁ ୧୧ ଥର ମନ୍ଦିର ଭଣ୍ଡାର ଘର ଖୋଲାଯାଏ । ଗତ ୧୪ ତାରିଖରେ ମନ୍ଦିର ଭଣ୍ଡାର ଘର ଖୋଲାଯାଇଥିଲା । ଯେଉଁଥିରେ ୭.୫୫ କୋଟି ଟଙ୍କା ଗଣାଯାଇଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button