ବିଶେଷ

ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ଅବିର, ରଙ୍ଗ ଏବଂ ଫୁଲ ହୋଲି ତାଳେ ତାଳେ ଚାରିଆଡ଼େ ଏବେ ଉତ୍ସବର ମାହୋଲ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ରଙ୍ଗ ଲଗାଇ ହୋଲି ଖେଳୁଛନ୍ତି ଲୋକେ। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳୁଛନ୍ତି । ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବାବେଳେ ଅନ୍ୟଦେଶରେ ଭିନ୍ନ ଭିନ୍ନ ରୂପେ ପାଳନ କରାଯାଏ।

ସ୍ପେନ୍‌ରେ ହୋଲି ଭଳି ଏକ ପର୍ବ ପାଳନ କରାଯାଏ। ଯେଉଁଥିରେ ରଙ୍ଗ ନୁହେଁ ବରଂ ପଚାଅଣ୍ଡାରେ ଖେଳନ୍ତି ହୋଲି । ଜଣେ ଅନ୍ୟ ଜଣଙ୍କ ଉପରକୁ ପଚା ଅଣ୍ଡା ଫୋପାଡ଼ି ଅଭିନନ୍ଦନ ଜଣାଇଥାନ୍ତି। ଏହିପର୍ବ ବର୍ଷକୁ ଥରେ ପାଳନ କରାଯାଇଥାଏ। ତେବେ ଏହା ଖାଲି ପଚା ଅଣ୍ଡା ନୁହେଁ ବରଂ ବାଣ ଫୁଟାଇ ମଧ୍ୟ ପାଳିତ ହୋଇଥାଏ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button