ରାଜ୍ୟ

ରଙ୍ଗ ନୁହେଁ କାଦୁଅରେ ଖେଳିଲେ ହୋଲି

ରାଉରକେଲା: ସବୁଠି ଜମୁଛି ରଙ୍ଗର ମାହୋଲ । ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ଅବିର, ରଙ୍ଗ ଏବଂ ଫୁଲ ହୋଲି ତାଳେ ତାଳେ ଚାରିଆଡ଼େ ଏବେ ଉତ୍ସବର ମାହୋଲ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ରଙ୍ଗ ଲଗାଇ ହୋଲି ଖେଳୁଛନ୍ତି ଲୋକେ। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳୁଛନ୍ତି । ହେଲେ ରାଉରକେଲା ଏନଆଇଟି ପରିସରରେ ଦେଖିବାକୁ ମିଳିଛି ନିଆରା ରଙ୍ଗର ଉତ୍ସବ। ଏଠି ରଙ୍ଗ ନୁହେଁ, କାଦୁଅରେ ହୋଇଛି ହୋଲି ଖେଳ।

ଏଠାରେ ସମସ୍ତ ଛାତ୍ରଛାତ୍ରୀ ପରସ୍ପରକୁ କାଦୁଅ ଲଗାଇ ହୋଲିର ମଜା ନେଇଛନ୍ତି । ଏହି ମାଟିର ହୋଲି ଖେଳକୁ ଛାତ୍ରଛାତ୍ରୀମାନେ ଖୁବ୍ ମନଭରି ଉପଭୋଗ କରିଛନ୍ତି। ଛୋଟରୁ ବଡ଼ ପୁଅ ଝିଅ ସମସ୍ତେ ମିଶି ହୋଲିରେ ଏକ ହୋଇ କାଦୁଅରେ ହୋଲି ଖେଳିଛନ୍ତି। ଏନଆଇଟି ରେ ପାଠ ପଢୁଥିବା ହଜାର ହଜାର ପିଲା ମାନେ ଆଜି ଏଭଳି ଅନନ୍ୟ ହୋଲି ଖେଳିଛନ୍ତି। ରାଜ୍ୟ, ଦେଶ ଓ ବିଦେଶର ବହୁ ଛାତ୍ରଛାତ୍ରୀ ଆଜି କୃତ୍ରିମ କାଦୁଅ ପୋଖରୀ କରି ସେଥିରେ ହୋଲି ଖେଳିଥିଲେ। ତେବେ ଏହା ପ୍ରଥମ ନୁହେଁ ଗତ ବର୍ଷ ମଧ୍ୟ ସମାନ ଢଙ୍ଗରେ ହୋଲି ଖେଳିଥିଲେ ଛାତ୍ରଛାତ୍ରୀ। ଆଉ ଚଳିତ ବର୍ଷ ମଧ୍ୟ ସମ୍ମାନ ପରମ୍ପରା ବଜାୟ ରଖି କେମିକାଲ ରଙ୍ଗ ଅବିର ଠାରୁ ଦୂରେଇ ଯାଇ ପାରମ୍ପରିକ ମାଟିି ହୋଲିର ମଜା ଉଠେଇଛନ୍ତି ଛାତ୍ରଛାତ୍ରୀ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button