ଦେଶ- ବିଦେଶ

ମହିଳାମାନେ ଦୁର୍ବଳ ନୁହେଁ, ଯୋଦ୍ଧା ହେବା ଉଚିତ, ମନ୍ତ୍ରୀଙ୍କ ପରାମର୍ଶ

ମୁମ୍ବାଇ : ସାଧାରଣତଃ ମହିଳାମାନେ ନିଜ ପର୍ସରେ ଲଙ୍କାଗୁଣ୍ଡ ଓ ରାମପୁରୀ ଛୁରୀ ରଖିବା ଉଚିତ। କିଛି ଏଭଳି ପରାମର୍ଶ ଦେଇ ଚର୍ଚ୍ଚାରେ ଅଛନ୍ତି ଦେବେନ୍ଦ୍ର ଫଡନବୀସଙ୍କ ସରକାରଙ୍କ ମନ୍ତ୍ରୀ ଗୁଲାବରାଓ ପାଟିଲ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି ।

ତେବେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ପାଟିଲ କହିଛନ୍ତି ଯେ, ମହିଳାମାନେ ନିଜ ପର୍ସରେ ଲିପଷ୍ଟିକ, ଲଙ୍କା ପାଉଡର ଏବଂ ରାମପୁରୀ ଛୁରୀ ରଖିବା ଉଚିତ। ମହାରାଷ୍ଟ୍ରର ଜଳଗାଁଓରେ ଏକ କାର୍ଯ୍ୟକ୍ରମରେ ସେ ଏହି ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ’ମହିଳାମାନେ ଦୁର୍ବଳ ନୁହେଁ, ଯୋଦ୍ଧା ହେବା ଉଚିତ । ବାଲାସାହେବ ଠାକରେ ଏହା ମଧ୍ୟ କହିଥିଲେ ଯେ ଲିପଷ୍ଟିକ ସହିତ, ମହିଳାମାନେ ନିଜ ପର୍ସରେ ଲଙ୍କା ପାଉଡର ଏବଂ ଛୁରୀ ମଧ୍ୟ ରଖିବା ଉଚିତ।’ ଏବେ ମହିଳାମାନଙ୍କୁ ମଧ୍ୟ ଆଗକୁ ଆସିବାକୁ ପଡିବ। ମହିଳାଙ୍କୁ ସମାନ ଢାଲ, ସମାନ ଖଣ୍ଡା ଏବଂ ସମାନ ଦାୟିତ୍ୱ ନେବାକୁ ପଡିବ। ତୁମମାନଙ୍କ ଭିତରେ ଛେଳି ଦେଖୁନାହିଁ, ଏକ ସିଂହୀ ଦେଖୁଛି। ମହିଳାମାନଙ୍କ ମଧ୍ୟରେ ଏପରି ଏକ ପ୍ରତିଛବି ସୃଷ୍ଟି ହେବା ଉଚିତ ବୋଲି ସେ କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button