ମନୋରଞ୍ଜନ

ଶାହରୁଖ-ଅଜୟ-ଟାଇଗରଙ୍କୁ ନୋଟିସ

ମୁମ୍ବାଇ: ଫସିଲେ ତିନି ସୁପରଷ୍ଟାର । ବଲିଉଡ଼ର ସୁପରଷ୍ଟାର ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ୍ ବିବାଦ ଘେରରେ। ମିଥ୍ୟା ପ୍ରଚାର କରୁଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି । ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଫୋରମ୍ ଜୟପୁର୨ ଏହି ବଲିଉଡ ସୁରଷ୍ଟାରଙ୍କ ସହ ଜେବି ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନଙ୍କୁ ନୋଟିସ୍ ଜାରି କରିଛନ୍ତି।

ନୋଟିସରେ ବିମଳ ପାନ ମସଲାର ଭ୍ରମ ଆଡ୍ ପାଇଁ ୧୯ ମାର୍ଚ୍ଚରେ ହାଜର ହେବାକୁ କୁହାଯାଇଛି। ଏହି ଆଡରେ ଦାବି କରାଯାଇଛି ଯେ, ପାନ୍ ମସଲାର ପ୍ରତିଟି ଦାନାରେ କେଶର ଥାଏ। ଆଡର ଟ୍ୟାଗ ଲାଇନ ରହିଛି, ‘ଦାନେ ଦାନେ ମୈ କେଶର କା ଦମ୍‌’। ଆୟୋଗ ଅଧ୍ୟକ୍ଷ ଗ୍ୟାରସିଲାଲ ମୀନା ଏବଂ ସଦସ୍ୟ ହେମଲତା ଅଗ୍ରୱାଲ ଜୟପୁରରେ ରହୁଥିବା ୟୋଗେନ୍ଦ୍ର ସିଂହ ବଡିୱାଲଙ୍କ ଅଭିଯୋଗ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକର୍ତ୍ତା କହିଛନ୍ତି ଯେ, ଜେବି ଇଣ୍ଡଷ୍ଟ୍ରୀଜ ବିମଲ ପାନ ମସାଲା ତିଆରି କରିଥାଏ ଏବଂ ସାରା ଦେଶରେ ଏହାର ବିକ୍ରୟ ହେଉଛି।

ଆବେଦନକାରୀ ଲେଖିଛନ୍ତି ଯେ, ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ୍ ଏହାର ବିକ୍ରୟ ପାଇଁ ବିଜ୍ଞାପନ କରନ୍ତି। ଏହି ବିଜ୍ଞାପନରେ ଦାବି କରାଯାଇଛି ଯେ, ଏଥିରେ କେସର ଅଛି। ହେଲେ କେଶରର ୧ କେଜି ମୂଲ୍ୟ ୪ ଲକ୍ଷ ଟଙ୍କା। ଏହି କେଶର ପାନ ମସଲାରେ ଆସିଥାଏ। ଏଥିରେ କେଶର ପକାଇବା ତ ଦୂରର କଥା, ଏହାର ସ୍ମେଲ ମଧ୍ୟ ଏଥିରେ ପକାଯାଇ ନଥାଏ। ଏହି ଭ୍ରମକ ଆଡ୍ ଏଥିପାଇଁ ଦେଖାଯାଉଛି । କାରଣ ଅଧିକରୁ ଅଧିକ ଲୋକେ ପାନ ମସଲା ଏବଂ ତମ୍ବାକୁ ପଉଚର ଏହି କମ୍ବୋ ଏବଂ ଏହାର ନିର୍ମାତାଙ୍କୁ ଲାଭ ମିଳିବ।

ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଅଭିନେତା ଏହି ପାନ ମସଲାର ପ୍ରତି ଦାନାରେ କେଶର ଅଛି ବୋଲି ମିଥ୍ୟା ପ୍ରଚାର କରୁଛନ୍ତି। ନିର୍ମାତା କମ୍ପାନୀ କୋଟି କୋଟି ଟଙ୍କାର ରୋଜଗାର କରୁଛି । ଅନ୍ୟ ପକ୍ଷେ ସାଧାରଣ ଲୋକେ ପାନ ମସଲା ଏବଂ ତମ୍ବାକୁର ହାନିକାରକ ଏବଂ ସାଂଘାତିକ ମିଶ୍ରଣ ଗୁଟଖାର ସେବନ କରି କ୍ୟାନ୍ସର ଭଳି ରୋଗକୁ ନିମନ୍ତ୍ରଣ କରୁଛନ୍ତି। ଏହି ବିଜ୍ଞାପନକୁ ସଙ୍ଗେସଙ୍ଗେ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button