ଦେଶ- ବିଦେଶ

ଅଫିମ ନିଶାରେ ଶୁଆ, ଚିନ୍ତାରେ ଚାଷୀ

ଉତ୍ତରପ୍ରଦେଶ: ଅଫିମ ନିଶାରେ ପାଗଳ ଶୁଆ । ଯାହା ଚାଷୀଙ୍କ ନିଦ ହଜାଇ ଦେଇଛି । ୧୦ କି ୧୫ ଶୁଆ ନୁହେଁ, ଶହ ଶହ ଶୁଆ ଆସି କଳା ସୁନା କୁହାଯାଉଥିବା ଅଫିମ ଚୋରି କରି ନେଉଛନ୍ତି । ଏମିତି ଶୁଆମାନେ ଅଫିମ ଫସଲକୁ ନଷ୍ଟ କରୁଛନ୍ତି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ଉତ୍ତର ପ୍ରଦେଶରେ ଅନେକ କ୍ଷେତରେ କଳା ସୁନା ଅର୍ଥାତ୍ ଅଫିମର ଫସଲ ଲାଗିଛି। ଏକର ଏକର ଅଞ୍ଚଳର କ୍ଷେତରେ ଧଳା ଫୁଲର ଏକ ଚାଦର ଦେଖିବାକୁ ମିଳୁଛି। ଅଫିମ ଫସଲରେ ଧଳା ଫୁଲ ଆସିବା ସହିତ, ଡାଳଗୁଡ଼ିକ ମଧ୍ୟ ବଢ଼ିବା ଆରମ୍ଭ କରିଛି। କିନ୍ତୁ ଚାଷୀଙ୍କ ପାଇଁ ଏକ ସମସ୍ୟା ଉପୁଜିଛି। ଶୁଆପଲ ପଲ ଆସି ଫସଲ ନଷ୍ଟ କରୁଛନ୍ତି। ରାୟବରେଲି ଜିଲ୍ଲାର ଶିବଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ ବେଡାରେ ଗତ ୫୦ବର୍ଷ ଧରି ଅଫିମ ଚାଷ କରିଆସୁଥିବା ଚାଷୀମାନେ ଚିନ୍ତାରେ ବସିଛନ୍ତି। ଚାଷୀମାନେ ୟୁପି ନାର୍କୋଟିକ୍ସ ବିଭାଗରୁ ଅଫିମ ଚାଷ ପାଇଁ ଲାଇସେନ୍ସ ପାଇଛନ୍ତି। କାରଣ ଏହା ଏକ ଫସଲ ଯାହା ପାଇଁ ସରକାର ଲାଇସେନ୍ସ ପ୍ରଦାନ କରିଥାନ୍ତି। ବିନା ଲାଇସେନ୍ସରେ ଏହାକୁ ଚାଷ କରିବା ଏକ ଆଇନଗତ ଅପରାଧ ବୋଲି ବିବେଚନା କରାଯାଇଥାଏ।

ହେଲେ ଅଫିମ ଚାଷ କରୁଥିବା ଚାଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅଫିମ ଖାଉଥିବା ଶୁଆପଲଙ୍କ କବଳରୁ ଫସଲକୁ ରକ୍ଷା କରିବା ଚାଷୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ସେମାନେ ଏତେ ଚତୁର ଯେ, ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ ଘୂରି ବୁଲନ୍ତି। ସୁଯୋଗ ପାଇବା ମାତ୍ରେ ସେମାନେ ଅଫିମ ଭାଙ୍ଗି ନିଜ ଥଣ୍ଟରେ ଧରି ଉଡ଼ିଯାଆନ୍ତି। ଗୋଟିଏ ଅଫିମ ଫୁଲପେଟିରୁରୁ ପ୍ରାୟ ୨୦ରୁ ୨୫ ଗ୍ରାମ ଅଫିମ ବାହାର କରାଯାଇଥାଏ। ନିଶାଗ୍ରସ୍ତ ଶୁଆମାନେ ଦିନକୁ ୩୦ ରୁ ୪୦ଥର ଅଫିମ ଚୋରି କରନ୍ତି। ଯାହା ଚାଷୀମାନଙ୍କର ବହୁତ କ୍ଷତି ପହଞ୍ଚାଉଛି। ଚାଷୀମାନେ ଅଫିମ ଫସଲକୁ ନିଶା ଖୋର ଶୁଆଙ୍କଠାରୁ ରକ୍ଷା କରିବା ପାଇଁ କ୍ଷେତ ଚାରିପାଖରେ ଜାଲ ବିଛାଇଛନ୍ତି। ଏହା ସହିତ, ଏହାକୁ ସୁରକ୍ଷା ଦେବା ପାଇଁ, କ୍ଷେତର କଡ଼ରେ ଏକ ମଞ୍ଚ ତିଆରି କରାଯାଇଛି। ତଥାପି ନିଶାସକ୍ତ ଶୁଆଙ୍କୁ ରୋକା ଯାଇପାରୁନାହିଁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button