ରାଜ୍ୟ

ମାଟ୍ରିକ ପରୀକ୍ଷା: ବିଜ୍ଞାନ ପରୀକ୍ଷା ପ୍ରଶ୍ନ ପେପରରେ ନଥିଲା ୩ ନମ୍ବର ପ୍ରଶ୍ନ

ବ୍ରହ୍ମପୁର: ଗତ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଶନିବାର ବିଜ୍ଞାନ ପରୀକ୍ଷା ଥିଲା ବେଳେ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ବିଜ୍ଞାନ ପ୍ରଶ୍ନ ପେପର ସି ସେଟର ତିନି ନମ୍ବର ପ୍ରଶ୍ନ ଟି ସେଥିରେ ଲେଖା ହୋଇ ନ ଥିଲା। କେବଳ ଖାଲି ରହିଥିଲା। ୪ମାର୍କ କମ ରହିଥିବା ବେଳେ ଛାତ୍ରୀଛାତ୍ର ମାନେ ପରୀକ୍ଷାକେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ପ୍ରଶ୍ନ ପେପେରରେ ଏକ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ଯାହାଫଳରେ ଛାତ୍ରୀଛାତ୍ର ମାନେ ସନ୍ଧେହରେ ପଡି ଯାଇଥିଲେ। ଜିଲାର ସମସ୍ତ କେନ୍ଦ୍ରରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ଏକ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ କହିଛନ୍ତି ଯେ, ପରୀକ୍ଷାର୍ଥୀମାନଙ୍କ ଠାରୁ ଏହା ଜାଣିବା ପରେ ଜୋନାଲ ଅଫିସ, କଣ୍ଟ୍ରୋଲ ରୁମକୁ ଏ ନେଇ ଜଣାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଏନେଇ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜେଶ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଭୁଲବଶତଃ ଉକ୍ତ ପ୍ରଶ୍ନଟି ପେପେର ରେ ପ୍ରିଣ୍ଟିଂ ଥିଲା। ପରକ୍ଷା ଆରମ୍ଭରୁ ଏହା ଜଣାପଡିଥିଲା। ହେଲେ ଆଉ କିଛି କରିବାର ନଥିଲା। ବୋର୍ଡ଼ କତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଛାତ୍ରୀଛାତ୍ର ମାନେ ଶୃଙ୍ଖଳାର ସହ ଶନିବାର ପରୀକ୍ଷା ଦେଇଛନ୍ତି ବୋଲି ସେ କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button