ଦେଶ- ବିଦେଶ

କାହିଁକି ସବୁବେଳେ ତଳେ ଶୋଇପଡ଼ନ୍ତି ମସ୍କ,ରହସ୍ୟ କ’ଣ

ୱାଶିଂଟନ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଏଲୋନ ମସ୍କ । ସେ ସବୁବେଳେ ତାଙ୍କ କଥାକୁ ନେଇ ବିବାଦରେ ରହିବା ସହ ଚର୍ଚ୍ଚାକୁ ଆସିଥାନ୍ତି । ଆଜିକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡ଼ାହାଣ ହାତ ବୋଲି ବିବେଚନା କରାଯାଏ । କାରଣ ଟ୍ରମ୍ପ ଆମେରିକାରେ ଯାହା ବି କରୁଛନ୍ତି ତାଙ୍କ ସହ ମିଶି କର଼ୁଛନ୍ତି । ଏଥିଲାଗି ତାଙ୍କୁ କଠୋର ସମାଲୋଚନା ମଧ୍ୟ କରାଯାଉଛି। ଏସବୁ ଭିତରେ ମସ୍କ ଅନେକ ଥର କହିଛନ୍ତି ଯେ, ସେ ତଳେ କିମ୍ବା ତାଙ୍କ ଅଫିସରେ ଶୋଇ ପଡ଼ିଥାନ୍ତି ।

ମସ୍କ କହିଛନ୍ତି ଯେ, ସେ ଟେସଲା ଏବଂ ସ୍ପେସଏକ୍ସରେ କାମ କରିବା ସମୟରେ ତାଙ୍କର ଅଜବ ଶୋଇବା ଅଭ୍ୟାସ ଥିଲା। ଟେସଲାର ଉତ୍ପାଦନ ସମସ୍ୟା ସମୟରେ, ସେ କାମ ତଦାରଖ କରିବା ପାଇଁ ତାଙ୍କ କାରରେ ନୁହେଁ ବରଂ ଫ୍ୟାକ୍ଟ୍ରି ଫ୍ଲୋର(ଚଟାଣ)ରେ ଶୋଇ ପଡିଥିଲେ। ସେ କହୁଥିଲେ ଯେ ଯଦି କିଛି ଖରାପ ଘଟେ ତେବେ ତାହା ମୋ ସହିତ ସବୁଠାରୁ ଅଧିକ ହେବା ଉଚିତ, ଯଦି ସେ କେବେ କୌଣସି ଯନ୍ତ୍ରଣା ଅନୁଭବ କରନ୍ତି ତେବେ ମୁଁ ତାଙ୍କ ଅପେକ୍ଷା ଅଧିକ ଅନୁଭବ କରିବା ଉଚିତ।

ତା’ପରେ ସେ କହିଥିଲେ ଯେ ତାଙ୍କର କୌଣସି ସ୍ଥାୟୀ ଘର ନାହିଁ। ପ୍ରାୟତଃ ବନ୍ଧୁମାନଙ୍କ ଘରେ କିମ୍ବା ଅଫିସରେ ଶୋଇଥାନ୍ତି। ୨୦୨୨ ମସିହାରେ, ସେ କହିଥିଲେ ଯେ ସେ ଅଧିକାଂଶ ସମୟ ସ୍ପେସ୍‌ଏକ୍ସ ମୁଖ୍ୟାଳୟ ପାଖରେ ୫୦,୦୦୦ଡଲାର ମୂଲ୍ୟର ଏକ ଛୋଟ ଘରେ ରୁହନ୍ତି। ଅନେକ ଥର ସେ ଟେସଲା କିମ୍ବା ସ୍ପେସଏକ୍ସ ଅଫିସରେ ଶୋଇପଡ଼ନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button