ମନୋରଞ୍ଜନ

ବିବାହର ୯ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ଅମନ ବର୍ମା

ମୁମ୍ବାଇ: ବିବାହର ୯ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ବଲିଉଡ଼ ଅଭିନେତା ଅମନ ବର୍ମା । ସେ ତାଙ୍କ ପତ୍ନୀ ବନ୍ଦନାଙ୍କଠାରୁ ଛାଡ଼ପତ୍ର ନେବେ । ବଲିଉଡ଼ର ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସେ ହେଲେ ଫିଲ୍ମ ଓ ଅନେକ ଟେଲିଭିଜନ ଶୋ’ରେ ନିଜର ଅଭିନୟ ଯାଦୁରେ ବାନ୍ଧି ରଖୁଥିବା ଲୋକପ୍ରିୟ ଅଭିନେତା ଅମନ ବର୍ମା। ବିବାହର ନଅ ବର୍ଷ ପରେ ପତ୍ନୀ ବନ୍ଦନା ଲାଲାୱାନୀଙ୍କଠାରୁ ସେ ଅଲଗା ହେବେ। ଦୁହିଁଙ୍କ ସମ୍ପର୍କରେ ଏତେ ମତଭେଦ ଉପୁଜିଛି ଯେ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଅମନ ଏବଂ ବନ୍ଦନା ଶୀଘ୍ର ପରିବାର ଆରମ୍ଭ କରିବାକୁ ଚାହୁଁଥିଲେ। ହେଲେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଏତେ ବଢ଼ି ଯାଇଥିଲା ଯେ ସେମାନେ ଏକାଠି ରହିବା କଷ୍ଟକର ହୋଇପଡ଼ିଛି। ଏହାପୂର୍ବରୁ ଅମନ କହିଥିଲେ ଯେ ବିବାହ କରିବା ତାଙ୍କ ପାଇଁ ବହୁତ ବଡ଼ ପଦକ୍ଷେପ ଥିଲା। କାରଣ ସେ ଦୀର୍ଘଦିନ ଧରି ଏକୁଟିଆ ରହି ଆସୁଥିଲେ। ଉପଯୁକ୍ତ ସାଥୀ ମିଳିଲେ ବିବାହ କରିବେ ବୋଲି ସେ ନିଶ୍ଚିତ କରିଥିଲେ।

ଛାଡ଼ପତ୍ର ନେଇ ଅମନ ପ୍ରଥମେ ନିଷ୍ପତ୍ତି ନେଇଥିଲେ। ସେ କୋର୍ଟରେ ଯାଚିକା ଦାୟର କରିଥିଲେ। ତେବେ ବନ୍ଦନାଙ୍କ ପୂର୍ବରୁ ଅମନ କରନ୍ ପଟେଲଙ୍କ ପତ୍ନୀ ଅଙ୍କିତା ଭାର୍ଗବଙ୍କୁ ଡେଟ୍ କରୁଥିଲେ। ଦୁହିଁଙ୍କ ବ୍ରେକ୍‌ଅପ୍ ହେବା ପରେ ଅମନ ଏକାକି ରହି ଆସୁଥିଲେ। ୨୦୧୬ରେ ସେ ବନ୍ଦନାଙ୍କୁ ବିବାହ କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button