ମନୋରଞ୍ଜନ

ଗଙ୍ଗା ଆଳତୀରେ ସାମିଲ ହେଲେ କ୍ୟାଟ୍‌, ରାଶା, ରବିନା

ପ୍ରୟାଗରାଜ: ସାରା ଦେଶରୁ ଲୋକମାନେ ମହାକୁମ୍ଭରେ ପହଞ୍ଚି ବୁଡ଼ ପକାଉଛନ୍ତି। ଏବଂ ପୂର୍ଣ୍ଣ ଅର୍ଜନ କରୁଛନ୍ତି। ବଲିଉଡ୍ ଷ୍ଟାରମାନେ ମଧ୍ୟ ଏହି ପବିତ୍ର ମହାକୁମ୍ଭ ଯାଇ ବୁଡ଼ ପକାଉଛନ୍ତି। ସୋମବାର ଦିନ, କ୍ୟାଟ୍ରିନା କୈଫ୍ ତାଙ୍କ ଶାଶୁ ବୀଣା କୌଶଲଙ୍କ ସହ ମହାକୁମ୍ଭରେ ପହଞ୍ଚିଥିଲେ। ଏହି ସମୟରେ ରବୀନା ଟଣ୍ଡନ ଏବଂ ତାଙ୍କ ଝିଅ ରାଶା ଥାଡାନି ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇବାକୁ ପହଞ୍ଚିଥିଲେ। ଅଭିନେତା ଅଭିଷେକ ବାନାର୍ଜୀ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିଲେ। ସମସ୍ତେ ମିଶି ଗଙ୍ଗା ଆରତୀ କଲେ ଏବଂ ଭଜନ ମଧ୍ୟ ଗାଇଥିଲେ।

ଏହି ସମୟରେ କ୍ୟାଟ୍ରିନା କୈଫ୍ ହଳଦିଆ ରଙ୍ଗର ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ମୁଣ୍ଡରେ ଓଢ଼ଣୀ ଦେଇ ମଥାରେ ତିଲକ ଲଗାଇ ଗଙ୍ଗା ଆଳତୀ କରିଥିଲେ କ୍ୟାଟ୍‌। ରବିନା ଏବଂ ରାଶାଙ୍କୁ ମଧ୍ୟ ହଳଦିଆ ରଙ୍ଗର ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଗଙ୍ଗା ଆଳତୀ କରିବା ସହ ମହାକୁମ୍ଭରେ ସମସ୍ତେ ଭଜନ ଗାଇଥିଲେ।

କ୍ୟାଟ୍ରିନା କୈଫ୍ ପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ ସେ ସଙ୍ଗମରେ ବୁଡ଼ ପକାଇଲେ। ମହାକୁମ୍ଭର କ୍ୟାଟ୍ରିନାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଅନେକ ତାରକା ପୂର୍ବରୁ ମହାକୁମ୍ଭ ଯାଇ ସାରିଛନ୍ତି। ଅକ୍ଷୟ କୁମାର, ଭିକି କୌଶଲ, ଅମ୍ବାନୀ ପରିବାର, ହେମା ମାଳିନୀ ଭଳି ଷ୍ଟାରମାନେ ସଙ୍ଗମରେ ବୁଡ଼ ପକାଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button