ମନୋରଞ୍ଜନ

ପରିବାର ସହ ବୁଡ଼ ପକାଇଲେ ତମନ୍ନା ଭାଟ୍ଟିଆ

ପ୍ରୟାଗରାଜ: ପ୍ରୟାଗରାଜରେ ବୁଡ଼ ପକାଇଲେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ। ଏହି ପବିତ୍ର ବୁଡ଼ ପକାଇବାରେ ତମନ୍ନାଙ୍କ ସହ ଥିଲେ ତାଙ୍କ ପରିବାର। ମହାକୁମ୍ଭ ମେଳାରେ ପହଂଞ୍ଚିବା ପରେ ତମନ୍ନା ପ୍ରାର୍ଥନା କରିବା ସହ ବୁଡ଼ ପକାଇ ଶିବଙ୍କ ଆଶୀର୍ବାଦ ନେଇଥିଲେ ତମନ୍ନା।

କମଳା ରଙ୍ଗର ସାଲୱାର ପିନ୍ଧି ତମନ୍ନା ସଙ୍ଗମସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ବୁଡ଼ ପାକାଇବାକୁ ନେଇ ତମନ୍ନା ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିିଳିଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତମନ୍ନା କହିଥିଲେ, ଏତେମାତ୍ରାରେ ଲୋକ ମହାକୁମ୍ଭରେ ବୁଡ଼ ପକାଉଥିବାର ଦେଖି ମନରେ ଆଗ୍ରହ ସୃଷ୍ଟି ହୋଇଥିଲା । ସଙ୍ଗମରେ ବୁଡ଼ ପକାଇ ଆତ୍ମସନ୍ତୋଷ ମିଳିଥିବା କହିଛନ୍ତି ତମନ୍ନା ।

ଏହା ପରେ ତମନ୍ନାଙ୍କ ରିଲିଜ ହେବାକୁ ଥିବା ଫିଲ୍ମ ଓଡେଲାର ଟିଜର ଲଞ୍ଚ କରାଯାଇଥିଲା। ଆଗାମୀ ଦିନରେ ତମନ୍ନାଙ୍କ ଅଭିନୀତ ଓଡେଲା ରିଲିଜ ହେବାକୁ ଯାଉଛି । ଯେଉଁଥିରେ ସେ ଜଣେ ସାଧ୍ୱୀ ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମର ଅଧିକାଂଶ ସିନ୍ ପ୍ରୟାଗରାଜରେ କରାଯାଇଥିବା କୁହାଯାଉଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button