ମନୋରଞ୍ଜନ

ଏବେ ମୁଁ ନିଜ ପାଇଁ ବଞ୍ଚୁଛି: ଏପରି କହିଲେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ସବୁବେଳେ ତାଙ୍କ ସାକ୍ଷାତକାରରେ ଖୋଲାଖୋଲି ଭାବରେ ଆଲୋଚନା କରିଥାଆନ୍ତି। ନିକଟରେ ସୁନିତା ଆହୁଜା ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କ ଜୀବନ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଏବଂ ବ୍ୟକ୍ତିଗତ କଥା ସେୟାର କରିଛନ୍ତି।

ସାକ୍ଷାତକାରରେ ସୁନିତା ନିଜ ଜୀବନ ବିଷୟରେ ବଖାଣି କହିଥିଲେ, ‘ ଘରେ ମୋର ପ୍ରିୟ ସ୍ଥାନ ହେଉଛି ବାର କାଉଣ୍ଟର। ଯେଉଁଠାରେ ମୁଁ ମୋର ପ୍ରିୟ ପାନୀୟର ମଜା ନେଇଥାଏ। ଗୋବିନ୍ଦା ପ୍ରାୟତଃ ଲୋକମାନଙ୍କୁ କୁହନ୍ତି ଯେ ତାଙ୍କ ଘରେ ଜଣେ “ଧରମ ଜୀ” ଅଛନ୍ତି। ମୁଁ ବିଶେଷ ଦିନମାନଙ୍କରେ ମଦ ପିଇବାକୁ ପସନ୍ଦ କରିଥାଏ। ଯେମିତି କି ପିଲାମାନଙ୍କ ଜନ୍ମଦିନ କିମ୍ବା କ୍ରିକେଟ୍ ମ୍ୟାଚ୍ ଦେଖିବା ଭଳି ଖୁସିର ସମୟରେ। ମୁଁ ପ୍ରତିଦିନ ମଦ୍ୟପାନ କରେ ନାହିଁ, କେବଳ ରବିବାର ଦିନ କରେ। ତାହା ମୋର ଠକାମି ଦିନର କହିଲେ ଚଳିବ।

ମୁଁ ଗତ ୧୨ ବର୍ଷ ଧରି ଏକାକୀ ମୋର ଜନ୍ମଦିନ ପାଳନ କରୁଛି। କାରଣ ଅନେକ ଲୋକ, ବନ୍ଧୁ ଏବଂ ପରିବାର ସହିତ ଉତ୍ସବ ପାଳନ କରିବାକୁ ମୁଁ ପ୍ରାୟତଃ ପସନ୍ଦ କରେ ନାହିଁ। ଏକାକୀ ଦିନ ବିତାଇବାକୁ ପସନ୍ଦ କରେ। ମୁଁ ଜାଣିଛି ଏହାକୁ ନେଇ ଲୋକ ମୋତେ ଟ୍ରୋଲ କରି ପାରନ୍ତି। କିନ୍ତୁ ଏହା ମୋ ଉପରେ କିଛି ବି ପ୍ରଭାବ ପକାଇବ ନାହିଁ। କାରଣ ଲୋକଙ୍କ ଟ୍ରୋଲ ଜଣେ ମଣିଷର ସ୍ୱଭାବକୁ କ’ଣ ବଦଳାଇ ଦେଇ ପାରିବ? ଦୀର୍ଘ ବର୍ଷ ଧରି ମୁଁ ମୋର ସମୟ ପରିବାରକୁ ଓ ପିଲାମାନଙ୍କୁ ଦେଇଛି ।ଏବେ ସେମାନେ ବଡ ହୋଇଗଲେଣି, ନିଜନିଜ ଗୋଡ଼ରେ ଛିଡ଼ା ହେବା ଶିଖି ଗଲେଣି। ଏବେ ମୁଁ ନିଜ ପାଇଁ ବଞ୍ଚିବାକୁ ଚାହୁଁଛି। ମୁଁ ମନ୍ଦିର କିମ୍ବା ଗୁରୁଦ୍ୱାରରେ ପ୍ରାର୍ଥନା କରି ମୋର ଦିନ ଆରମ୍ଭ କରିଥାଏ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button