ଦେଶ- ବିଦେଶ

ସମୁଦ୍ରରେ ବୁଡ଼ି ରହିଥିବା ଜାହାଜର ଅବଶେଷ ନିକଟରେ ଫଟୋ ସୁଟ୍‌

ନୂଆଦିଲ୍ଲୀ: ସାଧାରଣତଃ ମଡ଼େଲମାନେ ଫଟୋ ସୁଟ୍ ପାଇଁ ଭିନ୍ନ ଭିନ୍ନ ସ୍ଥାନ ବାଛିଥାନ୍ତି । କେହି କେହି ମନ୍ଦିରରେ ଫଟୋସୁଟ୍ କରୁଥିବା ବେଳେ ଆଉ କିଏ ପାର୍କ,ନଦୀକୂଳ, ରାସ୍ତାକଡ଼ ଆଦି ସ୍ଥାନରେ ମଡ଼େଲ ଫଟୋ ସୁଟ୍ କରୁଥିବା ପ୍ରାୟ ସମସ୍ତେ ଦେଖିଥିବେ । ହେଲେ ଏବେ ଜଣେ ୧୭୩ ଫୁଟ୍ ଗଭୀର ସମୁଦ୍ରରେ ଫଟୋ ସୁଟ୍ କରିଥିବା ନଜର ଆସିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

କାନାଡାର ଫଟୋଗ୍ରାଫର ଷ୍ଟିଭେନ ହେନିଙ୍ଗ ଏବଂ ମଡେଲ ସିଆରା ଆଣ୍ଟୋତ୍‌ସ୍କି ଆମେରିକାର ଡାଇଭିଂ ଓ ସେଫ୍ଟି ଏକ୍ସପର୍ଟ ୱେନ ଫ୍ରାଏମେନଙ୍କ ସହାୟତାରେ ଗଭୀର ଜଳ ଭିତରେ ଏହି ଫଟୋଶୁଟ୍ କରିଛନ୍ତି । ଏଥିପାଇଁ ଉଭୟ ଫଟୋଗ୍ରାଫର ଓ ମଡେଲଙ୍କୁ ମାସ ମାସ ଧରି ଟେକ୍ନିକାଲ ତାଲିମ, ଗ୍ୟାସ୍ ବ୍ଲେଣ୍ଡିଂ ସହ ଡିକମ୍ପ୍ରେସନ୍‌ର ଅଭ୍ୟାସ କରିବାକୁ ପଡ଼ିଥିଲା। ଶେଷରେ ଆମେରିକାର ଦକ୍ଷିଣ ଫ୍ଳୋରିଡ଼ାସ୍ଥ ବୋକା ରାତୋନ ସମୁଦ୍ର ତଟର ୧୭୩ ଫୁଟ ଗଭୀର ସମୁଦ୍ର ତଳେ ଫଟୋସୁଟ୍ କରିଥିଲେ ।

ଖାସ୍‌କରି ସମୁଦ୍ରରେ ବୁଡି ରହିଥିବା ହାଇଡ୍ରୋ ଆଟଲାଣ୍ଟିକ ଜାହାଜର ଅବଶେଷ ନିକଟରେ ଏହି ଫଟୋସୁଟ୍ ହୋଇଥିଲା। ଗଭୀର ସମୁଦ୍ର ଭିତରେ ଉଠାଯାଇଥିବା ଫଟୋଗୁଡିକ ଖୁବ୍ ସୁନ୍ଦର ଉଠିଥିଲା। ଲାଗୁଥିଲା ସତେ ଯେମିତି ଜଳପରୀର ଫଟୋ ଉଠା ଯାଇଛି। ଏହି ଫଟୋ ଭାଇରାଲ ହେବା ପରେ ଉକ୍ତ ମଡ଼େଲକୁ ଜଳପରୀ ପରି ଦେଖାଯାଉଥିବା ଅନେକ କହିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button