ଦେଶ- ବିଦେଶ

ଲାଲୁଙ୍କ ବିବାଦୀୟ ମନ୍ତବ୍ୟ: ମହାକୁମ୍ଭ ବେକାର, ଏହାର କୌଣସି ଅର୍ଥ ନାହିଁ

ପାଟନା: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ବେକାର, ଏହାର କୌଣସି ଅର୍ଥ ନାହିଁ। ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନୂଆଦିଲ୍ଲୀ ରେଳ ଷ୍ଟେସନ ଦୁର୍ଘଟଣା ନେଇ ସେ କହିଛନ୍ତି ଯେ, ଏକ ଦୁଃଖଦ ଘଟଣା ଘଟିଛି। ଆମେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ। ଏହା ରେଳବାଇର ଦୋଷ। ରେଳବାଇର ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏହା ରେଳବାଇର ବିଫଳତା। ରେଳମନ୍ତ୍ରୀ ଏହାର ନୈତିକ ଦାୟିତ୍ୱ ନେବା ଉଚିତ୍‌।

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଲ୍ଲୀର ଲେଡି ହାର୍ଡିଞ୍ଜ ଏବଂ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶନିବାର ରାତିରେ ୧୪ ଏବଂ ୧୬ ନମ୍ବର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ଅଛନ୍ତି। ରେଳମନ୍ତ୍ରୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳାଚକଟାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ବିହାର ଏବଂ ଦିଲ୍ଲୀର ବାସିନ୍ଦା। ବିହାରର ୯ ଜଣ, ଦିଲ୍ଲୀର ୮ ଜଣ ଏବଂ ହରିୟାଣାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ନୂଆଦିଲ୍ଲୀ ରେଳ ଷ୍ଟେସନର ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button