ଖେଳ ଖବର

ଡୁପ୍ଲିକେଟ୍ ବିରାଟଙ୍କ ସହ ସେଲ୍ଫି ନେବାକୁ ଭିଡ

କଟକ: ଆଜି ବାରବାଟୀରୁ ସାରା ବିଶ୍ୱ ଦେଖିବ ବଡ ଲଢେଇ । ଇଣ୍ଡିଆ-ଇଂଲଣ୍ଡ ୨ୟ ଦିନିକିଆ ଆଜି ଦମଦାର ହେବ ବୋଲି ଆଶା କରାଯାଉଛି । ବାରବାଟୀରେ ବିରାଟ ଲଢେଇ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ । ରାଜ୍ୟ ତଥା ରାଜ୍ୟ ବାହାରୁ କ୍ରିକେଟ୍ ପ୍ରେମୀମାନେ ଆସି ବାରବାଟୀରେ ପହଞ୍ଚିଯାଇଛନ୍ତିି । କିଏ ମୁହଁରେ ତ୍ରିରଙ୍ଗା ରଙ୍ଗ ମାରୁଛି ତ କିଏ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ମ୍ୟାଚ ଦେଖିବାକୁ ରେଡ୍ଡୀ ହୋଇ ରହିଛନ୍ତି। ସମସ୍ତେ ନିଜ ନିଜ ପ୍ରିୟ ଖେଳାଳିଙ୍କ ଝଲକ ପାଇବା ସହ ପଡିଆରେ ସେମାନଙ୍କ ଜଲୱା ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ଆଉ ଠିକ୍ ଏତିକି ବେଳେ ବାରବାଟୀ ଷ୍ଟାଡିୟମ ବାହାରେ ହଠାତ୍ ଲୋକଙ୍କ ଗହଳି ଲାଗିଗଲା ।

ସମସ୍ତେ ଗୋଟିଏ ଜାଗାରେ ଭିଡ ଜମାଇଲେ । ପକେଟରୁ ଫୋନ୍ କାଢି ସେଲ୍ଫି ନେବାକୁ ଲାଗିଲେ । କିଏ କହୁଥିଲା ବିରାଟ୍ ଜି ପ୍ଲିଜ ଏକ ଫଟୋ ଦିଜିଏନା ତ ପୁଣି କିଏ କହୁଥିଲା ପ୍ଲିଜ୍ ପ୍ଲିଜ ଏକ ସେଲ୍ଫି । ଗହଳିଠୁ ଦୂରରେ ଥିବା ଦର୍ଶକ ଭାବୁଥିଲେ ବାରବାଟୀରେ ହଠାତ୍ ଷ୍ଟାଡିୟମ ବାହାରକୁ ଚାଲି ଆସିଲେ କି ବିରାଟ୍ ? କିନ୍ତୁ ବୁଝୁ ବୁଝୁ ଜଣାପଡିଲା ସିଏ ବିରାଟ୍ ନଥିଲେ ଥିଲେ ବିରାଟଙ୍କ ନକଲ । ବିରାଟ କୋହଲିଙ୍କ ପରି ଅବିକଳ ନକଲ ଦିଶୁଥିବା ଜଣେ ଯୁବକ । ଯିଏ ମନାଲିରୁ ଆସିଛନ୍ତି । ସିଏ କୋହଲିଙ୍କ ଫ୍ୟାନ୍‌, ତାଙ୍କ ପାଇଁ ସେ ଏକ ଉପହାର ବି ଆଣିଛନ୍ତି ମାତ୍ର ଏଯାଏଁ ତାଙ୍କୁ ଟିକେଟ୍ ମିଳିନି ବୋଲି କହିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button