ଦେଶ- ବିଦେଶ

ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିବାରୁ କଟିଲା ୧.୬ ଲକ୍ଷରୁ ଅଧିକ ଟଙ୍କା

ନୂଆଦିଲ୍ଲୀ : ଦିନକୁ ଦିନ ଟ୍ରାଫିକ୍ ନିୟମ କଡ଼ାକଡ଼ା କରାଯାଉଛି । ଆଉ ଯିଏ ଏହି ନିୟମର ଉଲ୍ଲଙ୍ଘନ କରୁଛି ତାଙ୍କ ବିରୋଧରେ ଜରିମାନା ବି ଆଦାୟ କରାଯାଉଛି । ହେଲେ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି । ଏବେ ତାଙ୍କ ସ୍କୁଟିର ଦାମ୍‌ଠାରୁ ଅଧିକ କଟାଯାଇଛି ଚାଲାଣ । ତାଙ୍କ ପାଖକୁ ୧ ଲକ୍ଷ ୬୧ ହଜାର ଟଙ୍କାର ଚାଲାଣ ଆସିଛି । ଏହି ଚାଲାଣର କପି ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏକ୍ସରେ ଶିବମ୍ ନାମକ ଜଣେ ୟୁଜର ଗତ ବର୍ଷ ଜାନୁଆରୀ ମାସରେ ମଧ୍ୟ ଏହି ବ୍ୟକ୍ତିଙ୍କ ଫଟୋ ସହ ତାଙ୍କର ଗାଡ଼ିରେ ଆସିଥିବା ଚାଲାଣର ଡିଟେଲ ସେୟାର କରି ଥିଲେ। ଯେଉଁଥିରେ ସେ ରେଡ୍ ଲାଇଟ୍‌ରେ ମଧ୍ୟ ବିନା ହେଲମେଟ୍‌ରେ ସ୍କୁଟି ଚଲାଉ ଥିବାର ନଜର ଆସସିଛନ୍ତି। ଯେଉଁଥି ପାଇଁ ତାଙ୍କର ଅନେକ ଚାଲାଣ କଟିଛି। ଏହା ସତ୍ତ୍ୱେ ମଧ୍ୟ ସେ ଅଭ୍ୟାସଗତ ଭାବେ ଏମିତି କରି ଚାଲିଛନ୍ତି। ୟୁଜର ଏକ୍ସରେ ୨୦୨୪ର ମଧ୍ୟ ଡାଟା ପୋଷ୍ଟ କରିଛନ୍ତି। ଯେଉଁଥିରେ ସେହି ବ୍ୟକ୍ତିଙ୍କର ୧ଲକ୍ଷ ୫ହଜାର ୫୦୦ ଟଙ୍କାର ଚାଲାଣ ଆସି ଥିଲା। ଯାହା ଫେବ୍ରୁଆରୀ ୨୦୨୫ରେ ୫୫ ହଜାର ୫୦୦ରୁ ବୃଦ୍ଧି ପାଇଁ ୧ଲକ୍ଷ ୬୧ ହଜାର ଟଙ୍କା ହୋଇ ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍କୁଟି ୨୦୪ ଥର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଛି ।

ସୋସିଆଲ ମିଡ଼ିଆରେ ଉକ୍ତ ବ୍ୟକ୍ତିଙ୍କର ୪ଟି ଫଟୋ ସେୟାର କରାଯାଇଛିି। ଯେଉଁଥିରେ ୩ଟି ଫଟୋରେ ସେ ବ୍ୟକ୍ତି ବିନା ହେଲମେଟ୍‌ର ରୋଡ୍‌ରେ ନଜର ଆସୁଛନ୍ତି। ସେପଟେ ୪ର୍ଥ ଫଟୋ ତାଙ୍କର ସ୍କୁଟର ଉପରେ ଆସିଥିବା ଚାଲାଣର। ଯେଉଁଥିରେ ମୋଟ ଜରିମାନା ପରିମାଣ ୧ଲକ୍ଷ ୬୧ହଜାର ଟଙ୍କା ଲେଖା ହୋଇଛି। ବ୍ୟକ୍ତିଙ୍କ ସ୍କୁଟି ନମ୍ୱର କେଏ-୦୫-ଜେଏକ୍ସ-୧୩୪୪ ରହିଛି।

ଏହି ପୋଷ୍ଟ ଭାଇରାଲ ହେବା ପରେ ୟୁଜର୍ସ ମଜାଳିଆ ମତ ଦେଉଛନ୍ତି । ବ୍ୟକ୍ତିଙ୍କ ସ୍କୁଟିର ଦାମ୍‌ଠାରୁ ଜରିମାନା ଅଧିକ ହୋଇଛି ବୋଲି ଅନେକ ୟୁଜର୍ସ କହିଛନ୍ତି । ଏମିତି ଲାଗୁଛି, ତାଙ୍କର ନଜରରେ କୌଣସି ଜରିମନା ମ୍ୟାଟର କରୁନି ବୋଲି ଆଉ କିଛି ୟୁଜର୍ସ ମତ ଦେଇଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button