ଦେଶ- ବିଦେଶ

ଆଦିବ ମାନବ ବେଶରେ ନଜର ଆସିଲେ କୋଟି କୋଟି ଟଙ୍କାର ମାଲିକ

ମୁମ୍ୱାଇ: ଶରୀରରେ ଛିଣ୍ଡା,ଫଟା କପଡ଼ା । ମୁଣ୍ଡରେ ଲମ୍ବା ଲମ୍ବା କେଶ । ଆଉ ମୁହଁରେ ବି ଲମ୍ବିଛି ଧାଡ଼ି । ରାସ୍ତାରେ ଏଣେତେଣେ ହୋଇ ଘୂରି ବୁଲୁଛନ୍ତି ବ୍ୟକ୍ତି ଜଣକ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କୁ ଅଣଦେଖା କରି ଚାଲି ଯାଉଛନ୍ତି । ଏପରି ଆଦିବ ମାନବ ପରି ବୁଲୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ୧୮୦୦ କୋଟିର ମାଲିକ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ ଆଦିମ ପୁରୁଷ ପରି ପୋଷାକ ପିନ୍ଧିଛନ୍ତି। ଲମ୍ୱା କେଶ ସାଙ୍ଗକୁ ଲମ୍ୱା ଦାଢ଼ି ମଧ୍ୟ ରଖିଛନ୍ତି। ଆଉ ମୁମ୍ୱାଇର ରାସ୍ତା ସାରା ଘୁରି ବୁଲୁଛନ୍ତି । ସେ ଏପରି ବେଶ ପରିଧାନ କରିଛନ୍ତି ଯେ ତାଙ୍କୁ ଚିହ୍ନିବା ବି କଷ୍ଟକର ହୋଇପଡ଼ୁଛି। ସେ ଏକ ଅଳିଆ ଉଠା ଟଣା ଗାଡ଼ି ବି ରାସ୍ତାରେ ଟାଣୁଥିବାର ଦେଖିବାକୁ ମିଳିଛି। ଏପରିକି ରାସ୍ତାରେ ଯାଉଥିବା ଲୋକ ତାଙ୍କୁ ଦେଖୁଛନ୍ତି ଏବଂ ସେଠାରୁ ଅଣଦେଖା କରି ଚାଲିଯାଉଛନ୍ତି।

ବାସ୍ତବରେ, ଏହି ଆଦିବ ମାନବ ପରି ବୁଲୁଥିବା ବ୍ୟକ୍ତି ଜଣକ ଏମିତି ସେମିତି ମଣିଷ ନୁହେଁ। ବରଂ ଜଣେ ବଲିଉଡ୍‌ର ସୁପରଷ୍ଟାର। ସେ ହେଲେ ସୁପରଷ୍ଟାର ଅମିର ଖାନ। ଯିଏକି ଆଦିବ ମାନବ ବେଶରେ ରାସ୍ତା ସାରା ଘୂରି ବୁଲୁଛନ୍ତି। ତାଙ୍କର ଏ ରୂପ ଦେଖି କେହି ଚିହ୍ନିବି ପାରୁନାହାନ୍ତି। ଏହି ଲୁକ୍ ପାଇଁ ଆମିର ଖାନଙ୍କ ପ୍ରସ୍ତୁତ ହେବାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିଥିଲା । ତେଣୁ ଅମିର ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ଏପରି ବେଶ ନେଇଥିବା କୁହାଯାଉଛି। ଅମିରଙ୍କ ସମ୍ପତ୍ତିର ମୂଲ୍ୟ ୧୮୬୨ କୋଟି ଟଙ୍କା। ତେଣୁ ତାଙ୍କୁ ୧୮୦୦ କୋଟିର ଆଦିବ ମାନବ ବୋଲି କୁହାଯାଉଛି।

ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଥିବା ବେଳେ ଆଉ କିଛି ଏହା ଅମିର ଖାନ୍‌ଙ୍କ ଆଗାମୀ ପ୍ରୋଜେକ୍ଟର ପ୍ରଚାର ବୋଲି ମତ ଦେଇଛନ୍ତି । ଅମିର ଖାନ୍ ବହୁ ଦିନ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି। କିନ୍ତୁ ତାଙ୍କ ପ୍ରଡକ୍ସନ ହାଉସ୍ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button