ଦେଶ- ବିଦେଶ

ସିଟ୍ ନ ମିଳିବାରୁ କମୋଡ ଉପରେ ବସି କୁମ୍ଭମେଳାକୁ ଯାତ୍ରା

ନୂଆଦିଲ୍ଲୀ : ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚୁଛନ୍ତି । ଟ୍ରେନ୍‌, ବସ୍ ଠାରୁ ଆରମ୍ଭ କରି ଫ୍ଲାଇଟ୍ ଯାଏଁ କେଉଁଥିରେ ବି ମିଳୁ ନାହିଁ ସିଟ୍ । ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼ । ଏମିତିକି ଟ୍ରେନରେ ଟିକେଟ କଲେ ମଧ୍ୟ ସିଟ୍ କନଫର୍ମ ହେଉନାହିଁ । ଏହାରି ଭିତରେ ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ତିନି ଜଣ ଯୁବତୀ ଟ୍ରେନ୍ ଟଏଲେଟ୍‌ର କମୋଡ଼ ଉପରେ ବସି କୁମ୍ଭମେଳାକୁ ଯାତ୍ରା କରୁଛନ୍ତି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ୩ ଜଣ ଯୁବତୀ ଫାଷ୍ଟ କ୍ଲାସ୍ ଏସି ବଗିର ଟଏଲେଟ୍‌ରେ ବସି ପ୍ରୟାଗରାଜ ଯାତ୍ରା କରୁଛନ୍ତି। ଟ୍ରେନ୍‌ରେ ସିଟ୍ ନ ମିଳିବାରୁ କମୋଡ୍ ଉପରେ ବସି ସେମାନେ କୁମ୍ଭମେଳାକୁ ଯାତ୍ରା କରୁଛନ୍ତି । ଆଉ ଏହାର ଭିଡିଓ କରି ସେୟାର କରିଛନ୍ତି। ଏହି ଭିଡିଓରେ ସେମାନେ କହିଛନ୍ତି ଯେ, ଆପଣମାନେ ଦେଖିପାରୁଥିବେ ଯେ… ଆମ୍ଭେ କୁମ୍ଭମେଳାକୁ ଯାତ୍ରା କରୁଛୁ। ଟଏଲେଟ୍‌ରେ ବସିଛୁ। କମୋଡ୍ ହେଉଛି ଆମ ଚେୟାର । କମୋଡ୍ ଉପରେ ବସି କୁମ୍ଭମେଳାକୁ ଯାଉଛୁ। ତେବେ ଏହା ଏମିତି ସେମିତି ଟଏଲେଟ୍ ନୁହେଁ। ଏହା ଏକ ଏୟାର କଣ୍ଡିସନ୍ ଟଏଲେଟ୍‌। ଟଏଲେଟ୍ ପରିଷ୍କାର ଅଛି। ଟଏଲେଟ୍‌ରେ ଥିବା ହ୍ୟାଙ୍ଗରରେ ସେ ନିଜ କପଡ଼ା ରଖିଛନ୍ତି। ଟଏଲେଟ୍‌ରେ ଶୌଚ କରିବା ସହ ଯାତ୍ରା କରିବାର ମଜା କିଛି ଅଲଗା ବୋଲି ସେ କହିଛନ୍ତି। କୁମ୍ଭମେଳା ଭଳି ପବିତ୍ର ସ୍ଥାନକୁ ଯିବାକୁ ହେଲେ ଏଭଳି ସଂଘର୍ଷ ତ କରିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button