ତ୍ରିବେଣୀ ସଂଗମରେ ପତ୍ନୀଙ୍କ ସହ ବୁଡ଼ ପକାଇଲେ ଅରୁଣ ଗୋଭିଲ୍

ପ୍ରୟାଗରାଜ: ‘ରାମାୟଣ’ରେ ରାମ ଚରିତ୍ରରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିବା ଅରୁଣ ଗୋଭିଲ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କୁମ୍ଭମେଳାରେ ବୁଡ଼ ପକାଇଛନ୍ତି । ଏହି ସମୟର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
୧୯୮୭ ମସିହାରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ମୁଖ୍ୟ ଭୂମିକା ନିଭାଇ ସେ ଘରେ ଘରେ ପରିଚିତ ହୋଇଥିଲେ। ଦର୍ଶକଙ୍କ ମନରେ ଆଜି ବି ସେ ଭଗବାନ ରାମଙ୍କ ପରିଚୟ ନେଇ ରହିଛନ୍ତି। ସେଥିପାଇଁ ସେ ଯୁଆଡ଼େ ବି ଯାହାନ୍ତି ତାଙ୍କୁ ରାମଙ୍କ ନାମରେ ଲୋକେ ସମ୍ବୋଧନ କରନ୍ତି। ନିକଟରେ ଅରୁଣ ଗୋଭିଲ ତାଙ୍କ ପତ୍ନୀ ଓ ପରିବାର ସହ ମହାକୁମ୍ଭରେ ପହଞ୍ଚିଥିଲେ । ଅରୁଣ ଓ ତାଙ୍କ ପତ୍ନୀ ଶ୍ରୀଲେଖା ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କିଛି ଜଣଙ୍କୁ ବି ଦେଖିବାକୁ ମିଳିଛି। ଅରୁଣ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ସନାତନ ଧର୍ମ ଓ ସଂସ୍କୃତି ବିଷୟରେ ଲେଖିଛନ୍ତି। ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ମାଆ ଗଙ୍ଗା, ଯମୁନା ଓ ସରସ୍ୱତୀ ସଭିଙ୍କ କଲ୍ୟାଣ କରନ୍ତୁ ବୋଲି ସେ କ୍ୟାପସନରେ ଉଲ୍ଲେଖ କରିଛନ୍ତି ।




