ଖେଳ ଖବର

ଯୌତୁକ ବାବଦକୁ ନୀରଜ ଗ୍ରହଣ କରିଛନ୍ତି ଏତିକି ଟଙ୍କା

ନୂଆଦଲ୍ଲୀ : ଲୁଚି ଲୁଚି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ ଆଥଲେଟିକ୍ସ ପୋଷ୍ଟର ବୟ ନୀରଜ ଚୋପ୍ରା । ଗତ ରବିବାର ସେ ଟେନିସ୍ ଖେଳାଳି ହିମାନିଙ୍କୁ ନିଜର ଜୀବନସାଥୀ କରିଛନ୍ତି। ନୀରଜ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ବିବାହ ସମୟର କେତେକ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଥିଲେ, ନୀରଜ ଚୋପ୍ରା ଲେଖିଛନ୍ତି, ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି। ନୀରଜ ହଠାତ୍ ଗୁପ୍ତ ଭାବେ ବିବାହ କରି ନିଜ ପ୍ରିୟଜନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଫଟୋରେ ନୀରଜ ତାଙ୍କ ପତ୍ନୀ ଏବଂ ପରିବାରର କିଛି ସଦସ୍ୟଙ୍କ ସହ ନଜର ଆସୁଛନ୍ତି ।

ନୀରଜଙ୍କ ବିବାହ ଅତି ସାଧାରଣ ଭାବେ ଆୟୋଜନ କରାଯାଇଥିଲା। ତେବେ ନୀରଜ କେଉଁଠି ବିବାହ କରିଛନ୍ତି ସେ କଥା ସ୍ପଷ୍ଟ କରି ନଥିବା ବେଳେ ଖବର ମିଳିଛି କି ସେ ହିମାଞ୍ଚଳର ସୋଲନସ୍ଥିତ ରିସର୍ଟରେ ବିବାହ କରିଛନ୍ତି। ଏହି ବିବାହରେ ଉଭୟ ବର ଓ କନ୍ୟା ପରିବାରକୁ ମିଶାଇ ମାତ୍ର ୬୦ଜଣ ସଦସ୍ୟ ଉପସ୍ଥିତ ଥିଲେ। ନୀରଜ ହିମାନିଙ୍କୁ ବିବାହ କରିବା ସମୟରେ ମାତ୍ର ୧ଟଙ୍କା ଯୌତୁକ ବାବଦକୁ ଗ୍ରହଣ କରିଥିଲେ। ଏହା ବ୍ୟତୀତ ଯୌତୁକ ବାବଦକୁ ସେ କୌଣସି ପ୍ରକାର ଦାବି କରି ନଥିଲେ ।

୨୭ ବର୍ଷୀୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଖେଳ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ନୀରଜ ଏଭଳି ଭାବେ କାହାକୁ କିଛି ନ ଜଣାଇ ବିବାହ କରିବା ଘଟଣାକୁ ନେଇ ତାଙ୍କ ଫ୍ୟାନ୍ସମାନେ ନିରାଶ ହୋଇଯାଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button