ଦେଶ- ବିଦେଶ

ଫିଲ୍ମ ରିଲିଜ ପୂର୍ବରୁ ମେଣ୍ଢା ବଳି : ବନ୍ଧା ହେଲେ ୫ ଅଭିଯୁକ୍ତ

ତିରୁପତି: ସାଉଥ୍ ଫିଲ୍ମ ଅଭିନେତା ନନ୍ଦମୁରି ବାଲାକ୍ରୀଷ୍ଣଙ୍କ ଫିଲ୍ମ ‘ଡାକୁ ମହାରାଜ’ର ପ୍ରିମିୟରରେ ତାଙ୍କର କିଛି ଫ୍ୟାନ୍ ସିନେମା ହଲ ସାମ୍ନାରେ ମେଣ୍ଢା ବଳି ଦେଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନରେ ମେଣ୍ଢା ବଳି ଦେଇ ତାର ରକ୍ତକୁ ନେଇ ସିନେମା ପୋଷ୍ଟରରେ ବୋଳିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଥିଲା । ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ପୋଲିସ ୫ ଜଣଙ୍କୁ ଗିରଫ କରିଛି।

ଗତ ୧୨ ତାରିଖରେ ‘ଡାକୁ ମହାରାଜ’ ଫିଲ୍ମର ରିଲିଜ ହୋଇଥିଲା । ଏହାପୂର୍ବରୁ ଏକ ସିନେମା ହଲ ସାମ୍ନାରେ ଏକ ମେଣ୍ଢାକୁ ବଳି ଦିଆଯାଇଥିଲା । ‘ପିପୁଲ୍ସ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟଣ୍ଟ ଅଫ୍ ଆନିମଲ୍ସ’ (ପେଟା) ଆକ୍ଟ ଆଧାରରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଶଙ୍କରାୟା, ରମେଶ, ସୁରେଶ ରେଡ୍ଡୀ, ପ୍ରସାଦ ଏବଂ ମୁକେଶ ବାବୁ । ଏହି ସମସ୍ତ ଅଭିଯୁକ୍ତ ଫିଲ୍ମ ରିଲିଜ ପୂର୍ବରୁ ଏକ ମେଣ୍ଢା ବଳି ଦେଇଥିଲେ ଓ ମୁଖ୍ୟ ଅଭିନେତାଙ୍କ ପୋଷ୍ଟରକୁ ରକ୍ତାଭିଷେକ କରିଥିଲେ ।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଏନ. ବାଳକୃଷ୍ଣ । ପୋଲିସ ଅଧିକାରୀ ଭେଙ୍କଟ ନାରାୟଣ କହିଛନ୍ତି, “ପେଟାରୁ ଏକ ଇମେଲ୍ ଆସିଥିଲା।” ସେମାନେ ଇମେଲ୍ ମାଧ୍ୟମରେ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ଦିନ (ଜାନୁଆରୀ ୧୬) ଆମେ ତିରୁପତି ପୂର୍ବ ପୋଲିସ ଷ୍ଟେସନରେ ତଦନ୍ତ କରି ଏକ ମାମଲା ରୁଜୁ କରିଥିଲୁ। ନାରାୟଣ କହିଛନ୍ତି ଯେ ପୋଲିସ ପଶୁବଳିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଖୋଜୁଛି। ଏହି ପଶୁବଳି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ଅଭିଯୁକ୍ତ ମେଣ୍ଢାର ମୁଣ୍ଡକୁ ତା’ ଶରୀରରୁ ଅଲଗା କରୁଥିବାର ଦେଖାଯାଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button