ଦେଶ- ବିଦେଶ

ସନ୍ୟାସୀ ହେବା ପାଇଁ ଛାଡ଼ିଦେଲେ ବ୍ୟାଙ୍କ ଚାକିରି

ନୂଆଦିଲ୍ଲୀ: ସନ୍ନ୍ୟାସୀ ହେବା ପାଇଁ ବ୍ୟାଙ୍କ ଚାକିରି ଛାଡ଼ିଦେଲେ । ଘର ଲୋକ ଯେତେ ବୁଝାଇଲେ ବି ସେ କିଛି ଶୁଣି ନ ଥିଲେ । ଶେଷରେ ପରିବାର ଛାଡ଼ି ସନ୍ୟାସୀ ଜୀବନ ଆପଣାଇ ନେଇଥିଲେ। ଏହି ନିଷ୍ପତ୍ତି ପରେ ପରିବାରଲୋକ ବହୁତ କାନ୍ଦିଥିଲେ। ସେ ହେଲେ ସୋମେଶ୍ୱର ପୁରୀ ସନ୍ୟାସୀ ।

ଦେଶର କୋଣଅନୁକୋଣରୁ ମହାକୁମ୍ଭକୁ ସାଧୁସନ୍ଥମାନଙ୍କ ସୁଅ ଛୁଟୁଛି । ଏବେ ସାଧୁ ସୋମେଶ୍ୱର ପୁରୀ ସନ୍ୟାସୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ନିଜର ବ୍ୟାଙ୍କ ଚାକିରି ଛାଡ଼ି ଦିନରାତି ଭଗବାନଙ୍କ ସେବାରେ ନିଜକୁ ହଜାଇ ଦେଇଛନ୍ତି। ସୋମେଶ୍ୱର କହିଛନ୍ତି, ‘ଆପଣ କ’ଣ ହେବେ ତାହା ଭାଗ୍ୟ ହିଁ ନିର୍ଣ୍ଣୟ କରେ। କୌଣସି ପିତାମାତା କିମ୍ବା ପରିବାର ଚାହାନ୍ତି ନାହିଁ କି ସେମାନଙ୍କ ପିଲା ସନ୍ୟାସୀ ହେବ। ସମସ୍ତ ଅଭିଭାବକ ତାଙ୍କର ପିଲାଙ୍କୁ ଡାକ୍ତର କିମ୍ବା ଇଞ୍ଜିନିୟର କରିବାକୁ ଚାହାଁନ୍ତି। କିନ୍ତୁ ଜଣେ ବ୍ୟକ୍ତି କେବଳ ଈଶ୍ୱରଙ୍କ ଇଚ୍ଛାରେ ସନ୍ନ୍ୟାସୀ ହୁଏ। ତାଙ୍କୁ ୫୫ବର୍ଷ ବୟସ ହୋଇଥିବା ବେଳେ ସେ ବ୍ୟାଙ୍କ ଚାକିରି ଛାଡି ସନ୍ୟାସୀ ହେବାପାଇଁ ସ୍ଥିର କରିଥିଲେ। ତାଙ୍କର ଏହି ନିଷ୍ପତ୍ତିରେ ପରିବାରଲୋକ ସମର୍ଥନ ଜଣାଇ ନ ଥିଲେ। ତଥାପି ପରିବାର ଛାଡ଼ି ସନ୍ୟାସୀ ଜୀବନ ଆପଣାଇ ନେଇଥିଲେ।

ସନ୍ୟାସୀ ହେବା ସବୁଠାରୁ ବଡ଼ ଦୁଃସାହସିକ କାର୍ଯ୍ୟ। ବାକି ଜୀବନରେ ମଣିଷର ଥରେ ମୃତ୍ୟୁ ହୁଏ, କିନ୍ତୁ ଜଣେ ସନ୍ନ୍ୟାସୀଙ୍କ ଜୀବନରେ ଦିନକୁ ୧୨ଥର ମରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ। ସନ୍ୟାସୀ ହେବାର କୌଣସି ଗୋଟିଏ କାରଣ ନଥାଏ, ଜୀବନ ଧୀରେ ଧୀରେ ସେହି ଆଡ଼କୁ ଗତି କରେ ଯାହା ଉପରବାଲା ଲେଖିକି ରଖିଥାଏ। ଯୁବପିଢ଼ିଙ୍କୁ ମୋର ଏତିକି ଅନୁରୋଧ ,ତୁମେ ଯାହା କରିବାକୁ ଚାହୁଁଛ, ତାହା ସମ୍ପୂର୍ଣ୍ଣ ହୃଦୟ ସହିତ କର, ଯଦି ତୁମେ ଏହା କେବଳ ତୁମର ଶରୀର ସହିତ କରିବ ତେବେ ଏହା ସମ୍ଭବ ହେବ ନାହିଁ। ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ ହୃଦୟ ଏବଂ ଖୁସିରେ କରିବେ, ତେବେ ଆପଣ ଯେକୌଣସି କାମ କରିପାରିବେ। କର୍ତ୍ତବ୍ୟ ହେଉଛି ଈଶ୍ୱର। ତେଣୁ ନିଜ କର୍ତ୍ତବ୍ୟରେ କେବେ ହେଳା କରନ୍ତୁ ନାହିଁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button