ଦେଶ- ବିଦେଶ

କୁମ୍ଭମେଳାରେ ଆପଲ କମ୍ପାନୀର ମାଲିକାଣୀଙ୍କୁ ମିଳିଛି ନୂଆ ନାଁ

ନୂଆଦିଲ୍ଲୀ: ସନ୍ୟାସିନୀ ବେଶରେ ନଜର ଆସିଲେ ଆପଲ କମ୍ପାନୀ ମାଲିକାଣୀ । ଆପଲ କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲଙ୍କୁ ମହାକୁମ୍ଭ ମେଳାରେ ଜଣେ ସନ୍ୟାସିନୀ ବେଶରେ ଦେଖିବାକୁ ମିଳିଛି । ଆଜିଠାରୁ ଆରମ୍ଭ ହୋଇଚି ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା । ଏହା ଫେବ୍ରୁଆରି ୨୬ ତାରିଖ ଯାଏଁ ଚାଲିବ । ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି। ସମଗ୍ର ଦୁନିଆର କୋଣଅନୁକୋଣରୁ ସାଧୁସନ୍ଥଙ୍କ ସମେତ ଲୋକେ ଆଜି ପହଞ୍ଚିଛନ୍ତି । ଏସବୁ ଭିତରେ ଆପଲ କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲଙ୍କ ସାମିଲ ହୋଇଛନ୍ତି ।

ଲରେନ ପାୱେଲ ଉତ୍ତର ପ୍ରଦେଶର ନିରଞ୍ଜନୀ ଆଖଡାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଙ୍କ ଶିବିରରେ ରହିବେ। କୈଳାଶାନନ୍ଦଙ୍କ ଠାରୁ ଲରେନ ଗୋତ୍ର ପ୍ରାପ୍ତ କରିଛନ୍ତି। ଏଥିସହିତ ଲରେନଙ୍କୁ ଏକ ନୂଆ ନାମ ମଧ୍ୟ ମିଳିଛି। ତାଙ୍କ ନୂଆ ନାମ କମଳା ରଖାଯାଇଛି । ଶିବିରରେ ଜାନୁଆରୀ ୧୯ରୁ କଥା ଆରମ୍ଭ ହେବ। ଏହି କଥାର ପ୍ରଥମ ଯଜମାନ ହେବେ କମଳା (ଲରେନ ପାୱେଲ)।

ଷ୍ଟିଭ ଜବ୍ସ ଆପଲ କମ୍ପାନିର ସହ ପ୍ରତିଷ୍ଠାତା ଥିଲେ। ତାଙ୍କର ଦେହାନ୍ତ ପରେ ପତ୍ନୀ ଲରେନ ପାୱେଲ ସ୍ୱାମୀଙ୍କ ଦାୟିତ୍ୱ ତୁଳାଉଛନ୍ତି। ଏହା ବ୍ୟତୀତ ଲରେନ ଏମର୍ସନ କଲେକ୍ଟିଭର ମଧ୍ୟ ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅଛନ୍ତି। ଲରେନଙ୍କ ବ୍ୟତୀତ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ସାଂସଦ ସୁଧାମୂର୍ତ୍ତି ମଧ୍ୟ ସଂଗମରେ ସ୍ନାନ କରିବା ପାଇଁ ପ୍ରୟାଗରାଜ ଆସିବାର କାର୍ଯ୍ୟକ୍ରମ ରହିଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button