ଦେଶ- ବିଦେଶ

ଚଳନ୍ତା ବାଇକରେ ରୋମାନ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଚଳନ୍ତା ବାଇକ୍‌ରେ ପ୍ରେମୀଯୁଗଳଙ୍କ ରୋମାନ୍ସ । ମଝି ରାସ୍ତାରେ ବାଇକ୍ ଚଳାଇବା ସହ ତାହା ଉପରେ ବସି ଖୁଲମ୍‌ଖୁଲା ରୋମାନ୍ସ କରିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛିି । ଏହାକୁ ଦେଖିଲେ ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି କାନପୁରରେ ।

କାନପୁରର ଗଙ୍ଗା ବ୍ୟାରେଜରେ ଏହି ବିପଜ୍ଜନକ ଭିଡିଓ ସୁଟିଂ କରାଯାଇଥିଲା, ଯାହା ଏବେ ପୁଲିସ ତଦନ୍ତ ପରିସରକୁ ଆସିଛି। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣକ କଳା ଚଷମା ପିନ୍ଧି ବିନା ହେଲମେଟରେ ବାଇକ୍ ଚଳାଉଛନ୍ତି । ବାଇକରେ ଥିବା ଝିଅଟି ତାଙ୍କ ଟାଙ୍କିରେ ବସି ବେକରେ ହାତ ରଖି ରୋମାନ୍ସ କରୁଛି।ଏହି ପ୍ରେମୀଯୁଗଳ ଗଙ୍ଗା ବ୍ୟାରେଜ ନିକଟ ବିଥୁର ରୋଡ୍ ରେ ବାଇକ୍ ଚଳାଉଥିଲେ। ଏହି ସମୟରେ ଗାଡ଼ି ସାମ୍ନାକୁ ଆସିବା ସତ୍ତ୍ୱେ କେହି ବି ସୁରକ୍ଷା ନିୟମ ମାନିନଥିବାରୁ ସେମାନଙ୍କ ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ସ୍ପଷ୍ଟ ହୋଇଛି।

ଏହି ରାସ୍ତାରେ ଅନ୍ୟ ଗାଡ଼ି ବି ଯିବା ଆସିବା କରୁଥିଲା। ହେଲେ ସେମାନଙ୍କର ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପ୍ରତି କୌଣସି ଧ୍ୟାନ ନ ଥିଲା। କାନପୁରରେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। କାନପୁର ଡିସିପି କହିଛନ୍ତି, ଏହି ଘଟଣା ନବାବଗଞ୍ଜ ଅଞ୍ଚଳରେ ଘଟିଥିବାରୁ ଭିଡିଓ ଆଧାରରେ ନବାବଗଞ୍ଜ ପୋଲିସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । କେହି କେହି ଏହା ସମାଜକୁ କଳୁଷିତ କରୁଛନ୍ତି ବୋଲି କହୁଥିବା ବେଳେ ଆଉ କିଛି ସେମାନଙ୍କୁ ଧରି ପୋଲିସ ଜିମା ଦେବା ଦରକାର ବୋଲି ମତପ୍ରକାଶ ପାଇଛି । ଅନେକ ଲୋକ ଦାୟିତ୍ୱହୀନ ଏବଂ ଅଶ୍ଳୀଳ ଆଚରଣ ପାଇଁ ଉଭୟଙ୍କୁ ସମାଲୋଚନା କରିଛନ୍ତି । କାନପୁର ଟ୍ରାଫିକ ପୋଲିସ ଏଥିପ୍ରତି ଧ୍ୟାନ ଦେବା ସହ ସେମାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button