ଦେଶ- ବିଦେଶ

ସାଧୁଙ୍କ ସଂକଳ୍ପ : ୧୨ବର୍ଷ ପର୍ଯ୍ୟନ୍ତ ହାତ ଟେକି ରଖିବେ

ନୂଆଦିଲ୍ଲୀ: ଆଉ ମାତ୍ର ୫ ଦିନ ରହିଲା ମହାକୁମ୍ଭ ମେଳା । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବ ଏହି ମହାକୁମ୍ଭ ମେଳା । ଚଳିତବର୍ଷ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ବି ଚାଲିଛି। ଏହା ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ତାରିଖ ଯାଏଁ ଚାଲିବ ।

ନାଗା ସାଧୁଙ୍କ ଆଗମନ ପାଇଁ ଯୋଗଧାମ ନିର୍ମାଣ ହୋଇଛି। ମହାକୁମ୍ଭ ମେଳାକୁ ନେଇ ପର୍ଯ୍ୟଟକ ଓ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଗଲାଣି। ଏଥର ଏହି ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ହାତ ଟେକା ବାବା । ଯିଏ କି ଦୀର୍ଘ ୫ ବର୍ଷ ହେଲାଣି ହାତ ଟେକି ରହିଛନ୍ତି । ଏପରି ସେ ୧୨ବର୍ଷ ରଖିବେ ବୋଲି ସଂକଳ୍ପ କରିଛନ୍ତି। ସେ ହେଲେ ଦିଗାମ୍ବର ହରିବଂଶ ଗିରି । ଏବେ ସେ ପ୍ରୟାଗରାଜରେ ପହଞ୍ଚିଛନ୍ତି ।

ଦିଗାମ୍ବର ହରିବଂଶ ଗିରି କହିଛନ୍ତି, ‘ମୁଁ ଗତ ୫ବର୍ଷ ହେବ ମୋର ବାମ ହାତକୁ ଉପରକୁ ଟେକି ରଖିଛି। ଏପରି ମୁଁ ୧୨ ବର୍ଷ ପର୍ଯ୍ୟନ୍ତ କରିବି ବୋଲି ସଂକଳ୍ପ ନେଇଛି। ମୁଁ ଆଶା କରୁଛି ଦେଶର ବିକାଶ ହେଉ, ଦେଶ ଉନ୍ନତି କରୁ। ମୁଁ ପ୍ରତିଥର କୁମ୍ଭମେଳାକୁ ଆସିଥାଏ। ଚଳିତଥର ବି କୁମ୍ଭମେଳା ପାଇଁ ଖୁବ ସୁନ୍ଦର ବ୍ୟବସ୍ଥା କରାଯାଇଛି। ୧୨ ବର୍ଷରେ ଥରେ ହେଉଥିବା ଏହି ମହାକୁମ୍ଭ ମେଳା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ରହିବା ପାଇଁ ବ୍ୟବସ୍ଥା, ଧାର୍ମିକ ଆଲୋଚନା ପାଇଁ ମଞ୍ଚ ଓ ବ୍ୟବସାୟିକ ଅନୁଷ୍ଠାନ ପାଇଁ ନୂତନ ବ୍ୟବସ୍ଥା କରାଯାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button