ମନୋରଞ୍ଜନ

ମହାରାଣୀଙ୍କ ଭୂମିକାରେ ନଜର ଆସିବେ ରଶ୍ମିକା

ମୁମ୍ବାଇ: ଅପକମିଂ ଫିଲ୍ମ ‘ଛାବା’ ପାଇଁ ଦୀର୍ଘ ୫ ମାସ ଧରି ମରାଠୀ ଶିଖିଲେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଏଥିଲାଗି ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ମରାଠି ଭାଷା ଶିଖିବା ତାଙ୍କ ପାଇଁ ଜରୁରୀ ଥିଲା । ତେଣୁ ଦୀର୍ଘ ୫ ମାସ ଧରି ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ ବାକ୍ୟକୁ ସେ ଭଲଭାବେ ଶିଖୁଥିଲେ । ଏହାକୁ ନେଇ ରଶ୍ମିକା ଏବେ ଚର୍ଚ୍ଚାରେ ଅଛନ୍ତି । ୩ ବର୍ଷରେ ରଶ୍ମିକା ‘ପୁଷ୍ପା-୧’, ‘ଆନିମଲ୍‌’ ଓ ‘ପୁଷ୍ପା-୨’ ଭଳି ଲଗାତାର ହିଟ୍ ଫିଲ୍ମ ଦର୍ଶକଙ୍କୁ ଦେଇଛନ୍ତି । ନୂଆ ବର୍ଷରେ ମଧ୍ୟ ସେହି ଆଶା ରଖି ଆଗକୁ ବଢୁଛନ୍ତି ରଶ୍ମିକା।

ଫିଲ୍ମ ‘ଛାବା’ରେ ଛତ୍ରପତି ଶିବାଜୀ ମହାରାଜଙ୍କ ପତ୍ନୀ ମହାରାଣୀ ୟେସୁବାଈ ଭୋସଲେ ଭୂମିକା ନିର୍ବାହ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଜଣେ ମରାଠୀ ଅଭିନେତ୍ରୀଙ୍କ ଭୂମିକା ନିର୍ବାହ କରିବା ତାଙ୍କ ପାଇଁ ଏକ ସ୍ୱପ୍ନ ଥିଲା । ନିଜକୁ ମହାରାଣୀ ଭୂମିକାରେ ଦେଖିବା ତାଙ୍କର ବହୁତ ଇଛା ଥିଲା । ‘ଛାବା’ରେ ତାହା ପୂରଣ ହୋଇଛି । ଏହି ଭୂମିକା ପାଇଁ ସେ ଦୀର୍ଘ ୫ ମାସ ପର୍ଯ୍ୟନ୍ତ ଦୈନିକ ୩-୪ ଘଣ୍ଟା ମରାଠି ଭାଷା ଶିଖୁଥିଲେ । ଏଥିଲାଗି ସେ ଖୁବ୍ ପରିଶ୍ରମ କରିଛନ୍ତି । ଇତିହାସ, ପରମ୍ପରା ଓ ସଂସ୍କୃତିର ଭବ୍ୟତା ତାଙ୍କୁ ସର୍ବଦା ଆକର୍ଷିତ କରେ । ସେ ନିଜକୁ ସର୍ବଦା ଏକ ରାଜକୀୟ ଦୁନିଆରେ ମହାରାଣୀ , ରାଜ ମହଲ, ଚମତ୍କାର ନୃତ୍ୟ ଏବଂ ଇତିହାସ ମଧ୍ୟରେ ଦେଖିବାକୁ ସ୍ୱପ୍ନ ଦେଖୁଥିଲେ।

ରଶ୍ମିକା କହିଛନ୍ତି ଯେ, ଲକ୍ଷ୍ମଣ ଉତେକରଙ୍କ ‘ଛାବା’ ଅଫର ଯେତେବେଳେ ତାଙ୍କୁ ମିଳିଲା, ସେ ଖୁବ୍ ଉତ୍ସାହିତ ହୋଇପଡ଼ିଲେ । ଏପରି ଫିଲ୍ମ ପାଇଁ ସବୁଠୁ ଅଧିକ ପରିଶ୍ରମ କରିଛନ୍ତି । ହିନ୍ଦୀ ତାଙ୍କର ମାତୃଭାଷା ନୁହେଁ । କିନ୍ତୁ ଦର୍ଶକଙ୍କ ପାଇଁ ଏହାକୁ ଶିଖିବା ତାଙ୍କର ଦାୟିତ୍ୱ ଥିଲା । ତେଣୁ ଦୀର୍ଘ ୫ ମାସ ଧରି ମରାଠି ଭାଷା ଶିଖିଲେ । ଏଥିସହ ସଲମାନ ଖାନ୍‌ଙ୍କ ଫିଲ୍ମ ‘ସିକନ୍ଦର’ରେ ମଧ୍ୟ ରଶ୍ମିକା ମୁଖ୍ୟ ନାୟିକା ଭୂମିକା ନିର୍ବାହ କରିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button