ଦେଶ- ବିଦେଶ

ଏୟାର ଟାକି୍ସ: ୩୦ ମିନିଟ୍ ଚାର୍ଜରେ ଚାଲିବ ୧୨୪ କିମି

ନୂଆଦିଲ୍ଲୀ: ନିକଟରେ ନୂତନ ବିଦ୍ୟୁତ୍ ଚାଳିତ ବିମାନ ବିକଶିତ କରାଯାଇଛି। ଏହାକୁ ଚୀନ୍‌ର ପ୍ରମୁଖ ଜାହାଜ ଓ ପରିବହନ କମ୍ପାନି ଜିଏସି ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାର ନାମ ‘ଗୋବି’ ରଖାଯାଇଛି । ଏହି ନୂତନ ଉଡ଼ନ୍ତା ଯାନଟିକୁ ମାତ୍ର ୩୦ ମିନିଟ୍ ଧରି ଚାର୍ଜିଂ କଲେ ତାହା ୧୨୪ କିମି ଦୂରତା ଅତିକ୍ରମ କରିପାରିବ ବୋଲି ଦାବି କରିଛି କମ୍ପାନୀ ।

କମ୍ପାନିର ଦ୍ୱିତୀୟ ସଂସ୍କରଣ ସ୍ୱରୂପ ଏହି ନୂତନ ଉଡ଼ନ୍ତା ଯାନଟିରେ ଦୁଇଟି ଡେଣା ରହିଛି । ଏହାର ୯୦ ପ୍ରତିଶତ ଅଂଶ କାର୍ବନ୍ ଫାଇବରରେ ନିର୍ମିତ। ଏହା ସମାନ ଆକାର ବିଶିଷ୍ଟ ଏକ ସାଧାରଣ କାରର ଏକ ତୃତୀୟାଂଶ ଓଜନର । ‘ଗୋବି’ ନାମକ ଏହି ଯାନଟି ବିଶେଷ କରି ବ୍ୟସ୍ତବହୁଳ ସହରୀ ଟ୍ରାଫିକ୍ ଏବଂ ଅନ୍ତଃସହର ଗମନାଗମନ ସମସ୍ୟାର ଏକ ପ୍ରକୃଷ୍ଟ ସମୟୋଚିତ ସମାଧାନ କରିପାରିବ ବୋଲି କମ୍ପାନି ଆଶା ରଖିଛି। ଘଣ୍ଟାକୁ ୧୫୫ ମାଇଲ୍ ବା ୨୫୦ କି.ମି. ବେଗରେ ଗତି କରୁଥିବା ଏହି ଯାନରେ ଚାଳକଙ୍କ ସମେତ ତିନି ଜଣ ବସିବାର ସୁବିଧା ରହିଛି ।

ଏଥିରେ ଅନେକ ଆଧୁନିକ ନିରାପତ୍ତା ପ୍ରଦାନକାରୀ ବୈଶିଷ୍ଟ୍ୟମାନ ଖଞ୍ଜା ହୋଇଛି। ସମ୍ପ୍ରତି ଏହାକୁ ଥରେ ୩୦ ମିନିଟ୍ ପାଇଁ ସଂପୂର୍ଣ୍ଣ ଚାର୍ଜ କଲେ ତାହା ୧୨୪ କିମି ଯିବାକୁ ସକ୍ଷମ ହେବ । ଆଗକୁ ଏହି କମ୍ପାନି ଏହାକୁ ଥରକ ଚାର୍ଜରେ ୪୦୦ କି.ମି. ଯାଏ ଉଡ଼ାଣ କରିବା ପାଇଁ ପରୀକ୍ଷାନିରୀକ୍ଷା ଜାରି ରଖିଛି। ୨୦୨୫ ମସିହା ସୁଦ୍ଧା ଜିଏସି କମ୍ପାନି ତାହାର ଏହି ସଦ୍ୟତମ ଯାନକୁ ଏୟାର ଟାକ୍ସି ବା ଭଡ଼ା ବିମାନ ସେବାରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଅନୁମତି ଲାଭ କରିପାରିବ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button