ମନୋରଞ୍ଜନ

ବଲିଉଡ ସିଙ୍ଗରଙ୍କୁ ବ୍ଲକ୍ କରିଛନ୍ତି ବିରାଟ କୋହଲି

ମୁମ୍ବାଇ: ବଲିଉଡ଼ ସିଙ୍ଗର ରାହୁଲ ବୈଦ୍ୟଙ୍କୁ ବ୍ଲକ କଲେ ଷ୍ଟାର କ୍ରିକେଟର ବିରାଟ କୋହଲି । ହେଲେ କ’ଣ ପାଇଁ ବିରାଟ ତାଙ୍କୁ ବ୍ଲକ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ହେଲେ ବିରାଟ ତାଙ୍କ ଉପରେ ରାଗିକି ଇନ୍‌ଷ୍ଟାଗ୍ରାମରେ ବ୍ଲକ କରିଥିବା ନେଇ କହିଛନ୍ତି ରାହୁଲ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କର ଅନେକ ବଲିଉଡ ତାରକାଙ୍କ ସହିତ ରହିଛି ଭଲ ବନ୍ଧୁତା। କିନ୍ତୁ ଜଣେ ସିଙ୍ଗରଙ୍କ ସହିତ ବିରାଟଙ୍କ ଭଲ ସମ୍ପର୍କ ନ ଥିବା ଜଣାଯାଇଛି । ବଲିଉଡର ଜଣାଶୁଣା ସିଙ୍ଗର ରାହୁଲ ବୈଦ୍ୟଙ୍କ ସହ ବିରାଟଙ୍କର ସମ୍ପର୍କ ଭଲ ନ ଥିବା କଥା ସାମ୍ନାକୁ ଆସିଛି । କୌଣସି କାରଣକୁ ନେଇ ବିରାଟ ରାଗିଥିବା କହିଛନ୍ତି ରାହୁଲ। କାରଣ ବିରାଟ ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ କରିଛନ୍ତି। ଏନେଇ ରାହୁଲ କହିଛନ୍ତି, ମୋତେ ଭଲ ଭାବେ କିଛି ଜଣା ନାହିଁ। ବିରାଟ ଇନଷ୍ଟାଗ୍ରାମରେ ମୋତେ ବ୍ଲକ୍ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ମୁଁ ବୁଝିପାରୁ ନାହିଁ ଭାଇ କାହିଁକି ମୋତେ ବ୍ଲକ୍ କଲେ। ସେ ଆମ ଦେଶର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ତେଣୁ ମୁଁ ଜାଣେ ନାହିଁ କାହିଁକି। ବୋଧହୁଏ କିଛି କାରଣ ରହିଥାଇପାରେ।

ରାହୁଲ ଅନେକ ମ୍ୟୁଜିକ୍ ଆଲବମ୍‌ରେ ଗୀତ ଗାଇ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ଏହା ବ୍ୟତୀତ ‘ବିଗ୍ ବସ୍‌-୧୪’ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ରାହୁଲ । ଶୋ’ର ପ୍ରଥମ ରନର୍ ଅପ୍ ମଧ୍ୟ ହୋଇଥିଲେ। ୨୦୨୧ମସିହାରେ ରାହୁଲ ଟିଭି ଅଭିନେତ୍ରୀ ଦିଶା ପରମାରଙ୍କୁ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପରେ ଏହି ଦମ୍ପତି ଏକ ଶିଶୁକନ୍ୟାର ମାତାପିତା ହୋଇଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button