ଦେଶ- ବିଦେଶ

ସାଣ୍ଟା କ୍ଲଜ୍ ପୋଷାକରେ କେଜ୍ରିୱାଲ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାଣ୍ଟା କ୍ଲଜ ପୋଷାକରେ ନଜର ଆସିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକୁ ଉପହାର ରୂପେ ପ୍ରଦର୍ଶିତ କରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ବଡ଼ଦିନ ଅବସରରେ ଆମ୍ ଆଦମୀ ପାର୍ଟି ସୋସିଆଲ ମିଡିଆରେ ଏକ ଏଆଇ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ କେଜ୍ରିୱାଲ ସାଣ୍ଟା କ୍ଲଜ୍‌ଙ୍କ ପୋଷାକରେ ନଜର ଆସିଛନ୍ତି। ଏଥିରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ଭିଡିଓରେ କେଜ୍ରିୱାଲ ବଡ଼ଦିନରେ ସାଣ୍ଟା କ୍ଲଜ୍ ପୋଷାକରେ ଦିଲ୍ଲୀର ପିଲାମାନଙ୍କୁ ଶିକ୍ଷା, ମାସକୁ ୨୧୦୦ ଟଙ୍କା, ଡିଟିସି ବସ୍‌ରେ ମାଗଣା ଯାତ୍ରା, ନିକଟରେ ଆରମ୍ଭ ହୋଇଥିବା ସଞ୍ଜୀବନୀ ଯୋଜନା ଏବଂ ମାଗଣା ବିଦ୍ୟୁତ୍ ଉପହାର ପ୍ରଦାନ କରୁଥିବାର ଦେଖିବାକୁ ମିଳୁଛି।

କହି ରଖୁଛୁ, ଆମ୍ ଆଦମୀ ପାର୍ଟି(ଆପ୍ ) ଏବଂ ଅରବିନ୍ଦ କେଜ୍ରିୱାଲ ରାଜନୀତିରେ କୃତ୍ରିମ ଏଆଇ ବ୍ୟବହାର କରିଥାନ୍ତିି। ଆମ୍ବେଦକରଙ୍କ ଉପରେ ବିବାଦ ସମୟରେ, ଆପ୍ କେଜ୍ରିୱାଲଙ୍କୁ ଆଶୀର୍ବାଦ ଦେଉଥିବା ବିଆର ଆମ୍ବେଦକରଙ୍କ ଏକ ଏଆଇ ଭିଡିଓ ପ୍ରକାଶ କରିଥିଲା। ଏହା ପରେ ବିରୋଧୀ ସମର୍ଥକମାନେ ସମାନ ଭିଡିଓ ଏଡିଟ୍ କରି ଆଶୀର୍ବାଦକୁ ଏକ ଚାପୁଡ଼ାରେ ପରିଣତ କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button