ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେନି ଇଭାଙ୍କା
ନୂଆଦିଲ୍ଲୀ: ରାଜନୀତିକୁ ଅଲ୍ବିଦା କହିଲେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା । ଏବେ ସେ ତାଙ୍କ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ। ଇଭାଙ୍କା ବାପାଙ୍କ ପାଇଁ ଅନେକ କାମ କରିଛନ୍ତି । ଟ୍ରମ୍ପ ରାଜନୀତିକୁ ଆସିବା ପରେ ଇଭାଙ୍କା ତାଙ୍କ ପାଇଁ ପ୍ରଚାର ବି କରୁଥିଲେ ।
ଇଭାଙ୍କା ଏବେ ତାଙ୍କ ସ୍ୱାମୀଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଇଭାଙ୍କାଙ୍କୁ ଅନେକ ସମୟରେ ଲଗାତର ଯାଞ୍ଚ ଓ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହାକୁ ନିୟନ୍ତ୍ରିତ କରିବାରେ ଇଭାଙ୍କା ଅସମର୍ଥ ହୋଇଥିଲେ । ନ୍ୟୁୟର୍କରେ କିଛି ସାଥୀ ମଧ୍ୟ ତାଙ୍କଠାରୁ ଦୂରେଇ ରହିଥିଲେ । ଏବେ ଇଭାଙ୍କା ରାଜନୀତିରୁ ଦୂରେଇ ଯିବାର ଅର୍ଥ ସେ ଆଉ ଟ୍ରମ୍ପ ସରକାରରେ ନଜର ଆସିବେ ନାହିଁ। ଇଭାଙ୍କା ଟ୍ରମ୍ପ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅନେକ କାମ କରିଛନ୍ତି । ଯେତେବେଳେ ଟ୍ରମ୍ପ ରିୟଲ ଇଷ୍ଟେଟ୍ରେ ଥିଲେ, ସେତେବେଳେ ଇଭାଙ୍କା ତାଙ୍କ ପାଇଁ କାମ କରୁଥିଲେ । ଟ୍ରମ୍ପ ରାଜନୀତିକୁ ଆସିବା ପରେ ମଧ୍ୟ ଇଭାଙ୍କା ତାଙ୍କ ପାଇଁ ପ୍ରଚାର କରୁଥିଲେ ।