ଝିଅର ବାର୍ଷିକ ଉତ୍ସବରେ ଏକାଠି ନଜର ଆସିଲେ ଅଭିଷେକ- ଐଶ୍ୱର୍ଯ୍ୟା
ବମ୍ବେ: ପୁଣି ଚର୍ଚ୍ଚାରେ ବଚ୍ଚନ ପରିବାରର ଷ୍ଟାର ଦମ୍ପତି ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ହେଲେ ଏଥର ଛାଡ଼ପତ୍ର ପାଇଁ ନୁହେଁ, ବରଂ ଦୁଇଜଣ ଏକାଠି ନଜର ଆସିବା ନେଇ । ଏହି ଲୋକପ୍ରିୟ ଦମ୍ପତିଙ୍କ ସମ୍ପର୍କ ଠିକ୍ ଚାଲି ନ ଥିବା ବେଳେ ଉଭୟ ଛାଡ଼ପତ୍ର ଦେବେ ବୋଲି ଆଲୋଚନା ହେଉଥିଲା । ଏହି ଚର୍ଚ୍ଚା ମଧ୍ୟରେ ଉଭୟଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଛି । କେବଳ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ନୁହଁନ୍ତି ଅମିତାଭ ବଚ୍ଚନ ମଧ୍ୟ ଉଭୟଙ୍କ ସହ ନଜର ଆସିଛନ୍ତି । ଏହାର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ଛାଡପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ଦମ୍ପତିଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ ।
ଗୁରୁବାର ସନ୍ଧ୍ୟାରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଉଭୟଙ୍କ ସହ ଦେଖିବାକୁ ମିଳିଥିଲେ । ତିନିଜଣ ସେଠାରେ ପହଞ୍ଚିବା ମାତ୍ରେ ସେମାନେ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଐଶ୍ୱର୍ଯ୍ୟା ବିଗ୍ ବିଙ୍କ ସହ କିଛି କଥା ହେଉଥିବା ନଜର ଆସିଛନ୍ତି। ଏଥିସହ ଅଭିଷେକ ଓ ଐଶ୍ୱର୍ଯ୍ୟା ହାତ ଧରି ଶ୍ୱଶୁର ଅମିତାଭଙ୍କ ସହ ଯାଉଥିବା ନଜର ଆସିଛନ୍ତି । ଏଥିସହ ତିନିଜଣ ମିଶି ବିଦ୍ୟାଳୟରେ ଏଣ୍ଟ୍ରି କରିବାବେଳେ ଐଶ୍ୱର୍ଯ୍ୟାଙ୍କ ଓଢଣୀକୁ ଅଭିଷେକ ହାତରେ ଧରୁଥିବାର ଦେଖିବାକୁ ମିଳିଛିି। ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବ୍ଲାକ ରଙ୍ଗର ଆଉଟଫିଟରେ ବେଶ ସୁନ୍ଦର ଦେଖାଯାଉଥିବା ବେଳେ ଖୁସିଥିବା ମଧ୍ୟ ନଜର ଆସିଥିଲେ । ବର୍ତ୍ତମାନ ତାଙ୍କ ଅନ୍ଦାଜକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ ପସନ୍ଦ କରିବା ସହ ଉଭୟଙ୍କ ଖୁବ ପ୍ରଶଂସା କରିଛନ୍ତି ।
କେବଳ ଏଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଏକ ପାର୍ଟିରେ ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ଏବଂ ଶାଶୁ ବୃନ୍ଦା ରାଜଙ୍କ ସହ ନଜର ଆସିଥିଲେ । ଏହି ସମୟରେ ପରିବାର ସେଲ୍ପି ନେଉଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ଅଭିଷେକ ଓ ଐଶ୍ୱର୍ଯ୍ୟା ଏକାଠି ନଜର ଆସିବା ପରେ ବିବାହ ବିଚ୍ଛେଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ଅନ୍ୟପଟେ ଭାଇରାଲ ହେଉଥିବା ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେତେବେଳେ ଅଲଗା ତ କେବେ ଏକାଠି। ଏମିତିରେ ପ୍ରଶଂସକ ସତ କ’ଣ ଆଉ ମିଛ କ’ଣ ତାହା ବୁଝିବା କଷ୍ଟକର ବୋଲି ଅନେକ ମତ ରଖୁଛନ୍ତି।