ଦେଶ- ବିଦେଶ

ସଂସଦରେ ନନାଙ୍କୁ ଠେଲିଦେଲେ ରାହୁଲ

ନୂଆଦିଲ୍ଲୀ: ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସାଂସଦଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଠେଲି ଦେବାରୁ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ତଳେ ପଡ଼ି ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ମୁଁ ସିଡ଼ିରେ ଠିଆ ହୋଇଥିଲି । ରାହୁଲ ଅନ୍ୟ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ ଏବଂ ସେ ମୋ ଉପରେ ଆସି ପଡ଼ିଯିବାରୁ ମୁଁ ତଳେ ପଡ଼ିଗଲି ଓ ଆହତ ହେଲି । ଅପରପକ୍ଷରେ ପ୍ରତାପ ଷଡ଼ଙ୍ଗୀଙ୍କ ଏଭଳି ଅଭିଯୋଗ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କ୍ୟାମେରାରେ ସବୁ କଏଦ ରହିଛି ବୋଲି କହିଛନ୍ତି ରାହୁଲ । ମୁଁ ସଦନ ଭିତରକୁ ଯିବା ପାଇଁ ଚେଷ୍ଟା କରୁଥିଲି । ବିଜେପି ସାଂସଦମାନେ ମୋତେ ଧକ୍କା ଦେବା ସହ ଧମକାଇଥିଲେ । ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବି ଧକ୍କା ଦେଇଥିଲେ । କିନ୍ତୁ ଏଭଳି ଠେଲାପେଲାର ଆମ ଉପରେ କିଛି ବି ପ୍ରଭାବ ପଡ଼ିବ ନାହିଁ । ବିଜେପି ସାଂସଦ ଆମକୁ ସଂସଦ ଭିତରକୁ ଯିବାପାଇଁ ଅଟକାଇପାରିବେ ନାହିଁ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଡାକ୍ତରଖାନା ଯାଇ ତାଙ୍କୁ ଭେଟିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ସେ ଏବେ ହସପିଟାଲରେ ଅଛନ୍ତି। ଭଗବାନ ତାଙ୍କୁ ଭଲ କରିଦିଅନ୍ତୁ ବୋଲି ଅପରାଜିତା କହିଛନ୍ତି । ତେବେ ରାହୁଲଙ୍କ ଏପରି ବ୍ୟବହାର ପରେ ଭାଜପା ସାଂସଦମାନେ ଘଟଣାକୁ ନିନ୍ଦା କରିବା ସହିତ ପାର୍ଲିଆମେଣ୍ଟ ଆଗରେ ବସି ପ୍ରତିବାଦ କରିଛନ୍ତି। ଏହି ଅବସରରେ ଅପରାଜିତା ମଧ୍ୟ ଏଥିରେ ସାମିଲ ହୋଇ ପାର୍ଲିଆମେଣ୍ଟ ଆଗରେ ବସି କଡା ଭାଷାରେ ପ୍ରତିକ୍ରିୟା କରି କଂଗ୍ରେସ ଦଳକୁ ସମାଲୋଚନା କରିଛନ୍ତି।

ଇଣ୍ଡିଆ ମେଣ୍ଟ ସଂସଦ ବାହାରେ ପ୍ରୋଟେଷ୍ଟ ମାର୍ଚ୍ଚ କରୁଥିଲା । ରାଜ୍ୟସଭାବେ ବାବା ସାହେବ ଆମ୍ବେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ବିରୋଧରେ ତାଙ୍କ ଇସ୍ତଫା ଏବଂ କ୍ଷମା ମାଗିବାକୁ ଦାବି କରି ଇଣ୍ଡିଆ ମେଣ୍ଟ ଏହି ବିରୋଧ ପ୍ରଦର୍ଶନ କରୁଥିଲେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button