ଦେଶ- ବିଦେଶ

ମିସ୍ ଇଣ୍ଡିଆ ୟୁଏସଏ ମୁକୁଟ ଜିତିଲେ ଚେନ୍ନାଇର କେଟଲିନ୍‌

ଚେନ୍ନାଇ: ମିସ୍ ଇଣ୍ଡିଆ ୟୁଏସଏ ୨୦୨୪ର ମୁକୁଟ ପିନ୍ଧିଲେ ଚେନ୍ନାଇର କେଟଲିନ ସାନ୍ଦ୍ରା । ୧୯ ବର୍ଷୀୟା କେଟଲିନ ଡାଭିସସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ଦ୍ୱିତୀୟ ବର୍ଷର ଛାତ୍ରୀ । ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ତାଙ୍କର ଲକ୍ଷ୍ୟ। ଜୀବନରେ କିଛି ଜନମଙ୍ଗଳକାରୀ କାର୍ଯ୍ୟ କରି ସେ ନିଜ ଛାପ ଛାଡ଼ିବାକୁ ଚାହୁଁଥିବା କହିଛନ୍ତି।

ଚଳିତବର୍ଷର ମିସ୍ ଇଣ୍ଡିଆ ୟୁଏସଏ ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ହୋଇଥିଲା । କର୍ଣ୍ଣାଟକ ରାଜଧାନୀ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା କେଟଲିନ୍ ୧୪ ବର୍ଷ ହେବ ଆମେରିକାରେ ରହୁଛନ୍ତି । ସେ ଜଣେ ୱେବ୍ ଡିଜାଇନର ହେବାକୁ ଆଗ୍ରହ ରଖିଛନ୍ତି । ମଡେଲିଂ ଏବଂ ଆକ୍ଟିଂରେ ମଧ୍ୟ ତାଙ୍କର ରୁଚି ରହିଛି । ଇଣ୍ଡିଆନ୍ ଫେଷ୍ଟିଭାଲ କମିଟି ଦ୍ୱାରା ଆୟୋଜିତ ବ୍ୟୁଟି ପ୍ରତିଯୋଗିତାରେ ସସ୍କୃତି ଶର୍ମା ମିସେସ୍ ଇଣ୍ଡିନ ୟୁଏସଏ ଏବଂ ଅର୍ସିତା କଟପାଲିଆ ମିସ୍ ଟିନ୍ ଇଣ୍ଡିଆ ୟୁଏସଏ ମୁକୁଟ ହାତେଇଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button