ରାଷ୍ଟ୍ରପତିଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ମାଗିଲେ ଟଙ୍କା
ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କୁ ବି ଛାଡ଼ିଲେନି ସାଇବର ଠକ । ସାଇବର ଠକଙ୍କ ହାବୁଡ଼ରେ ପଡ଼ିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ନକଲି ପ୍ରୋଫାଇଲ ତିଆରି କରି ଲୋକଙ୍କଠାରୁ ଟଙ୍କା ମାଗିଥିଲେ । ଝାଡ଼ଖଣ୍ଡର ହାଜରିବାଗର ମଣ୍ଟୁ ସୋନି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏହି ବିଷୟରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଝାଡ଼ଖଣ୍ଡର ରାଞ୍ଚି ସହରରେ ଘଟିଛି ।
ଦିନକୁ ଦିନ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଆଖି ପିଛୁଳାକେ ସାଇବର ଠକମାନେ ଆକାଉଣ୍ଟ ଖାଲି କରି ଦେଉଛନ୍ତି । ସୋସିଆଲ ମିଡିଆରେ ଯେକୌଣସି ବ୍ୟକ୍ତିଙ୍କ ନକଲି ପ୍ରୋଫାଇଲ ତିଆରି କରି ଲୋକଙ୍କଠାରୁ ଟଙ୍କା ଲୁଟିବା ଏବେ ସାଇବର ଠକଙ୍କ ପାଇଁ ସାଧାରଣ କଥା ହୋଇଗଲାଣି । ଅନେକ ଥର ଠକମାନେ ହାଇ ପ୍ରୋଫାଇଲ ଲୋକଙ୍କ ନାମରେ ଆକାଉଣ୍ଟ ସୃଷ୍ଟି କରନ୍ତି । ପରେ ଠକାମି କରନ୍ତି । କିନ୍ତୁ ଝାଡ଼ଖଣ୍ଡର ରାଞ୍ଚି ସହରରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକୃତରେ, ଲୋକଙ୍କଠାରୁ ଟଙ୍କା ଲୁଟିବା ପାଇଁ ସାଇବର ଠକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ଏକ ନକଲି ଆକାଉଣ୍ଟ ତିଆରି କରିଛନ୍ତି । ସେହି ଆକାଉଣ୍ଟ ଜରିଆରେ ମେସେଜ୍ ଦେଇ ଲୋକଙ୍କଠାରୁ ଟଙ୍କା ମାଗିଥିଲେ। ଝାଡ଼ଖଣ୍ଡର ହାଜରିବାଗର ଫେସବୁକ ବ୍ୟବହାରକାରୀ ମଣ୍ଟୁ ସୋନି ଏହି ବିଷୟରେ ଜାଣିବାକୁ ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।