ଦେଶ- ବିଦେଶ

ପାଲେଷ୍ଟାଇନ୍ ପରେ ବାଂଲାଦେଶୀ ବ୍ୟାଗ୍ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ହ୍ୟାଣ୍ଡବ୍ୟାଗକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ । ଗତକାଲି ସଂସଦକୁ ପାଲେଷ୍ଟାଇନ୍ ବ୍ୟାଗ୍ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଆଜି ବାଂଲାଦେଶୀ ବ୍ୟାଗ୍ ଧରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେହି ବ୍ୟାଗ୍‌ରେ ଲେଖାଯାଇଛି ଆମେ ବାଂଲାଦେଶର ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କ ସହ ଛିଡା ହୋଇଛୁ ।

ସଂସଦର ଶୀତ ଅଧିବେଶନରେ ଆଜି ସାଂସଦ ପ୍ରିୟଙ୍କା ଗାନ୍ଧୀ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖା ଥିବା ହ୍ୟାଣ୍ଡବ୍ୟାଗ ଧରି ପହଞ୍ଚିଥିଲେ । ସଂସଦ ପରିସରରେ ବାଂଲାଦେଶରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲେ। ନିକଟରେ କେରଳର ୱାୟାନାଡରୁ ନିର୍ବାଚନ ବିଜୟ ପରେ ନିଜର ପ୍ରଥମ ଥର ପାଇଁ ସାଂସଦ ବନିଥିବା ପ୍ରିୟଙ୍କା ଗାନ୍ଧୀ ଗତକାଲି ଲୋକସଭା ଅଧିବେଶନରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ବାଂଲାଦେଶ ହିନ୍ଦୁ ଓ ଇସାଇଙ୍କ ସମର୍ଥନରେ ଛିଡା ହୋଇଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେ ତାଙ୍କର ଭାଷଣ ଦେଇ ସେ ପୀଡିତଙ୍କୁ ସରକାରଙ୍କ ସହାୟତା ପାଇଁ ଆହ୍ୱାନ ଦେଇଛନ୍ତି। ବାଂଲାଦେଶରେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ସରକାର ପଦକ୍ଷେପ ନେବା ଉଚିତ। ଏ ସଂପର୍କରେ ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରିବା ସହ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି। ହିନ୍ଦୁଙ୍କ ସମେତ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟମାନେ ଅଗଷ୍ଟ ୫ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଶାସନର ପତନ ପରେ ଆସିଥିବା ବିଶୃଙ୍ଖଳାରେ ଟାର୍ଗେଟ ହୋଇଛନ୍ତି। ସେମାନଙ୍କର ପୂଜାପାଠ ସ୍ଥାନ ନଷ୍ଟ ହୋଇଥିବାର ଦେଖାଯାଇଛି। ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଓ ଗତ କିଛି ସପ୍ତାହ ମଧ୍ୟରେ ବାଂଲାଦେଶର ମନ୍ଦିର ଉପରେ ଆକ୍ରମଣ ଭଳି ଘଟଣା ଘଟିଛି।

ଗତକାଲି ପାଲେଷ୍ଟାଇନ ସମର୍ଥନ ବ୍ୟାଗ ନେଇ ସଂସଦରେ ପହଞ୍ଚିବା ପରେ ବିଜେପି ଏହାର ବିରୋଧ କରିଥିଲା । କହିଥିଲା ପ୍ରିୟଙ୍କା ଏବଂ କଂଗ୍ରେସକୁ ବାଂଲାଦେଶୀ ହିନ୍ଦୁଙ୍କ ଦୁଃଖ ଦେଖାଯାଉନାହିଁ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button