ଦେଶ- ବିଦେଶ

ପୋଷା ବିଲେଇକୁ ଭଲ ପାଇବା ସ୍ୱାମୀଙ୍କୁ ପଡିଲା ମହଙ୍ଗା

ବେଙ୍ଗାଲୁରୁ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସାଧାରଣ କଥା । ବିଭିନ୍ନ କାରଣକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ଅନେକ ନଜିର ରହିଛି । କିନ୍ତୁ ପୋଷା ବିଲେଇ ଯେ ଏଭଳି ଝଗଡ଼ାର କାରଣ ସାଜିବ, ତାହା କେହି ବିଶ୍ୱାସ କରିବେ ନାହିଁ । ପୋଷା ବିଲେଇକୁ ଅଧିକ ଭଲ ପାଇବା ସ୍ୱାମୀଙ୍କୁ ପଡିଛି ମହଙ୍ଗା । ସେ ବିଲେଇକୁ ଅଧିକ ଭଲ ପାଉଥିବାରୁ ତାଙ୍କ ସ୍ତ୍ରୀ କାଠଗଡ଼ାକୁ ଟାଣିଛନ୍ତି । ବିଲେଇ ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ଅବେହଳା କରୁଥିବା ଅଭିଯୋଗ କରି ସ୍ତ୍ରୀ ମାମଲା ରୁଜୁ କରିଛନ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ ।

ବେଙ୍ଗାଲୁରୁରେ ରୁହନ୍ତି ଏହି ଦମ୍ପତି । ସେମାନେ ଘରେ ପୋଷା ବିଲେଇ ରଖିଥିଲେ । ହେଲେ ସ୍ୱାମୀ ଜଣକ ପୋଷା ବିଲେଇକୁ ଅଧିକ ଭଲ ପାଇବା ସହ ଘରର ସଦସ୍ୟଙ୍କ ପରି ଯତ୍ନ ନେଇଥାନ୍ତି । ହେଲେ ବିଲେଇ ପ୍ରତି ଏତେଟା ଭଲପାଇବାକୁ ତାଙ୍କ ସ୍ତ୍ରୀ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଏହାକୁ ନେଇ ସେମାନଙ୍କ ଭିତରେ ଅଧିକାଂଶ ସମୟ ଛୋଟବଡ଼ ଝଗଡ଼ା ଲାଗି ରହିଥାଏ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ବିଲେଇକୁ ଏତେ ଭଲ ପାଆନ୍ତି ଯେ, ମୋତେ ଅବହେଳା କରନ୍ତି । ଏହାକୁ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଘଟଣାରେ ଯୌତୁକ ଏବଂ ଘରୋଇ ହିଂସା ନେଇ ମାମଲା ରୁଜୁ କରିଲା । ଏହି ମାମଲା କୋଟର୍କୁ ଯିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଲା ।

କର୍ଣ୍ଣାଟକ ହାଇକୋର୍ଟ ବିଚାରପତି କହିଥିଲେ, ମହିଳାଙ୍କ ସ୍ୱାମୀ ଅଧିକ ସମୟ ବିଲେଇକୁ ଦେବାକୁ ନେଇ ମହିଳା ଜଣକ ରାଗୁଥିଲେ । ଏହାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହେଉଥିଲା । ଏହାକୁ କେନ୍ଦ୍ର କରି ମହିଳାଜଣକ ସ୍ୱାମୀଙ୍କ ବିରୋଧରେ ଘେରାଇ ହିଂସା ଅଭିଯୋଗ ଆଣିଥିଲେ । ହେଲେ ଶେଷରେ ହାଇକୋର୍ଟ ଏହା ଜାଣିବା ପରେ ଏହାକୁ ସାମାନ୍ୟ ଘରୋଇ କଳି କହିବା ସହ ସ୍ୱାମୀଙ୍କ ବିରୋଧରେ ଲାଗିଥିବା ଘରୋଇ ହିଂସା ମାମଲା ଲାଗୁ ହେଉନାହିଁ ବୋଲି କହିଥିଲେ । ଏଭଳି ଛୋଟମୋଟ ମାମଲା ନ୍ୟାୟପାଳିକାଙ୍କ ସମୟ ଅଯଥା ନଷ୍ଟ କରୁଛି ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଥିଲେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button