ଖେଳ ଖବର

ଇତିହାସ ରଚିଲେ ଜଶପ୍ରୀତ ବୁମରାହ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଇତିହାସ ରଚିଛନ୍ତିି ଷ୍ଟାର ବୋଲର ଜଶପ୍ରୀତ ବୁମରାହ । ଏହି ମ୍ୟାଚରେ ବୁମରାହ ୫ଟି ୱିକେଟ ହାସଲ କରିଛନ୍ତି । ଏହାସହିତ ଏକ ମହାରେକର୍ଡ ଭାଙ୍ଗିବାରେ ସଫଳ ମଧ୍ୟ ହୋଇଛନ୍ତି ବୁମରାହ । ଆଜିର ମ୍ୟାଚରେ ୫ଟି ୱିକେଟ ହାସଲ କରିବା ପରେ ସେ ଭାରତର ପୂର୍ବତନ କ୍ରିକେଟର କପିଲ ଦେବଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ୍ ସଂଗ୍ରହ କରିଛି । ଟ୍ରାଭିସ ହେଡ ଏବଂ ଷ୍ଟିଭ ସ୍ମିଥଙ୍କ ଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆ ବିଶାଳକାୟ ସ୍କୋର ହାସଲ କରିଛି ।

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ୫ଟି ୱିକେଟ ହାସଲ କରି ବୁମରାହ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । ବର୍ତ୍ତମାନ ସେନା ଦେଶରେ ଭାରତ ପକ୍ଷରୁ ସର୍ବାଧିକ ଥର ୫ ୱିକେଟ ସଂଗ୍ରହ କରିଥିବା ବୋଲର ପାଲଟିଛନ୍ତି ବୁମରାହ । ଅଷ୍ଟମ ଥର ଏହି କାରନାମା କରି ଇତିହାସ ସୃଷ୍ଟି କରିଛନ୍ତି ଭାରତର ଷ୍ଟାର ବୋଲର । ବର୍ତ୍ତମାନ ପର୍ଯ୍ୟନ୍ତ ସେନା ଦେଶରେ କପିଲ ଦେବ ସର୍ବାଧିକ ୭ ଥର ୫ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ହାସଲ କରି ବୁମରାହ କପିଲ ଦେବଙ୍କୁ ପଛରେ ପକାଇଛନ୍ତି । ତେବେ ବୁମରାହ ବର୍ତ୍ତମାନ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କପିଲ ଦେବ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଏହାପରେ ଜହିର ଖାନ୍ ନିଜ ଟେଷ୍ଟ କ୍ୟାରିୟରରେ ୬ ଥର ୫ ୱିକେଟ ହଲ୍ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button