ଦେଶ- ବିଦେଶ

ଟ୍ରେନ୍‌ରେ ରିଲ୍‌ସ କରୁଥିବା ବେଳେ ଛିଟ୍‌କି ପଡ଼ିଲେ ଯୁବତୀ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଆଜିକାଲି କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ଲୋକେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏହିକ୍ରମରେ ଚୀନ୍‌ର ଜଣେ ଯୁବତୀଙ୍କୁ ଚଳନ୍ତା ଟ୍ରେନ୍‌ରେ ରିଲ୍‌ସ କରିବା ପଡ଼ିଛି ମହଙ୍ଗା। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଚୀନ୍‌ର ଜଣେ ଯୁବତୀ ଟ୍ରେନ୍‌ର ଦୁଆର ମୁହଁରେ ଠିଆ ହୋଇ ବାହାରକୁ ମୁଣ୍ଡ କାଢି ରିଲ୍‌ସ କରୁଛନ୍ତି । ଏହି ସମୟରେ ଯୁବତୀଙ୍କ ମୁଣ୍ଡ ଏକ ଗଛରେ ପିଟି ହୋଇଯିବାରୁ ସେ ବାହାରକୁ ଛିଟିକ୍ ପଡ଼ୁଛନ୍ତି । ପରେ ଚିତ୍କାର ଶୁଣିବାକୁ ମିଳୁଛି । ଟ୍ରେନ୍‌ଟି ପରବର୍ତ୍ତୀ ଷ୍ଟେସନରେ ଅଟକିବା ପରେ କିଛି ଯାତ୍ରୀ ଓହ୍ଲାଇ ଘଟଣାସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଯୁବତୀ ଜଣକ ଛିଟ୍‌କି ଏକ ବୁଦା ଭିତରେ ପଡ଼ିଯାଇଥିଲେ । ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାଟି ଶ୍ରୀଲଙ୍କାରେ ଘଟିଛି ।

ଏହି ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଲୋକ ଏହା ମୁର୍ଖାମୀ ବୋଲି କହିଥିବା ବେଳେ ଆଉ କିଛି ଯୁବତୀଙ୍କ ଏପରି ଉଦ୍ୟମକୁ ନାପସନ୍ଦ କରିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button