ସମୁଦ୍ରରେ ବିବାହ କରି ଚର୍ଚ୍ଚାରେ ପ୍ରେମୀ ଯୁଗଳ
ରିୟାଧ: ସମସ୍ତଙ୍କ ପାଇଁଁ ବିବାହ ହେଉଛି ସ୍ୱତନ୍ତ୍ର । ଏହି ଦିନକୁ ସ୍ମୃତି କରି ରଖିବାକୁ ସମେସ୍ତ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍ଅପ୍, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ନିକଟରେ ସେମିତି ଏକ ପ୍ରେମୀ ଯୁଗଳ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଗଭୀର ସମୁଦ୍ର ଭିତରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ନିକଟରେ ହାସନ୍ ଅବୁ ଅଲ୍-ଓଲା ଓ ୟାସ୍ମିନ ଦଫ୍ତରଦାର ନାମକ ଏକ ପ୍ରେମୀ ଯୁଗଳ ସାଉଦି ଆରବର ଜେଦ୍ଦାହ ନିକଟସ୍ଥ ଲୋହିତ ସାଗର ମଧ୍ୟରେ ପରସ୍ପରକୁ ବିବାହ କରି ଇତିହାସ ରଚିଛନ୍ତି। ସାଉଦି ଆରବ ଉପକୂଳସ୍ଥିତ ଲୋହିତ ସାଗର ମଧ୍ୟରେ କୌଣସି ପ୍ରେମୀ ଯୁଗଳ ବିବାହ କରିବାର ଏହା ହେଉଛି ପ୍ରଥମ ଘଟଣା। ଉଭୟେ ହାସନ୍ ଓ ୟାସ୍ମିନ ପ୍ରଫେସ୍ନାଲ ଡାଇଭର ହୋଇଥିବାବେଳେ ସେମାନେ କ୍ୟାପଟେନ୍ ଫୈସଲ ଫ୍ଲେମ୍ବନଙ୍କ ନେତୃତ୍ୱରେ ସାଉଦି ଡାଇଭର୍ସ ନାମକ ଏକ ସ୍ଥାନୀୟ ଡାଇଭିଙ୍ଗ ଗ୍ରୁପ୍ର ସହାୟତାରେ ସମୁଦ୍ର ମଧ୍ୟରେ ବିବାହ କରିଥିଲେ। ଏହି ବିବାହ ପାଇଁ ସାଉଦି ଡାଇଭର୍ସ ଗ୍ରୁପ୍ ପକ୍ଷରୁ ଅତ୍ୟାବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା। ସମୁଦ୍ର ମଧ୍ୟରେ ବିବାହ ପାଇଁ ଉଭୟ ହାସନ ଓ ୟାସ୍ମିନଙ୍କୁ ଏହି ଦଳ ବିଭିନ୍ନ ଉପକରଣ ଯୋଗାଇ ଦେଇଥିଲା।
ହାସନ କହିଛନ୍ତି, ଏହା ବାସ୍ତବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ସମୁଦ୍ର ମଧ୍ୟରେ ବିବାହ କରିବା ପାଇଁ ତାଙ୍କୁ ସର୍ବପ୍ରଥମେ କ୍ୟାପ୍ଟେନ୍ ଫୈସଲ ଓ ତାଙ୍କ ଟିମ୍ ପକ୍ଷରୁ ପ୍ରସ୍ତାବ ଆସିଥିଲା, ଯାହାକୁ ସେ ଓ ୟାସ୍ମିନ ଗ୍ରହଣ କରିଥିଲେ। ଏହା ଏକ ସୁନ୍ଦର ଏବଂ ଅବିସ୍ମରଣୀୟ ଅନୁଭୂତି ଥିଲା। ସେହିପରି ୟାସ୍ମିନ କହିଛନ୍ତି, ଏହି ବିବାହରେ କୌଣସି ସମସ୍ୟା ଉପୁଜି ନ ଥିଲା। ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିଲା। ଏପରି ଅସାଧାରଣ ବିବାହ ସମ୍ପର୍କରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ୟାସ୍ମିନ କହିଛନ୍ତି। ସେହିପରି ସାଉଦି ଆରବ ଉପକୂଳସ୍ଥିତ ଲୋହିତ ସାଗରରେ ବିଭିନ୍ନ ସାମୁଦ୍ରିକ ଚମତ୍କାର ଓ ଆଶ୍ଚର୍ଯ୍ୟଗୁଡ଼ିକୁ ଅନ୍ୱେଷଣ କରିବା ପାଇଁ ଏହି ଦମ୍ପତି ବିଶ୍ୱବ୍ୟାପୀ ଡାଇଭରମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏପରି କରି ଉଭୟେ ସାଉଦି କ୍ରାଉନ୍ ପ୍ରିନ୍ସ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତା ମହମ୍ମଦ ବିନ୍ ସଲ୍ମାନଙ୍କ ସ୍ୱପ୍ନକୁ ସାକାର କରିବାରେ ଯୋଗଦାନ ଦେଇପାରିବେ ବୋଲି ହାସନ୍ କହିଛନ୍ତି।