ରାଜ୍ୟ
ମହାରାଷ୍ଟ୍ରରୁ ଆସିବେ ଆଉ ୫ ବାଘୁଣୀ
ଭୁବନେଶ୍ୱର: ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ୫ ବାଘୁଣୀ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବର୍ତ୍ତମାନ ଶିମିଳିପାଳରେ ଗୋଟିଏ ବାଘୁଣୀକୁ ଛଡ଼ା ଯାଇଛି। ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀକୁ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଲୋକଙ୍କ ସହମତିରେ ଏହା କରାଯିବ। ଏବେ ଶିମିଳିପାଳରେ ୪୦ଟି ବାଘ ଅଛନ୍ତି। ସେମାନଙ୍କ ବଂଶ ବୃଦ୍ଧି ଆବଶ୍ୟକ ହେଉଛି, ତେଣୁ ମହାରାଷ୍ଟ୍ରରୁ ଓଡ଼ିଶାକୁ ବାଘୁଣୀମାନଙ୍କୁ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।