ରାଜ୍ୟ

୭ ଦଫା ଦାବି ନେଇ ଶୋଭାଯାତ୍ରାରେ ବାହାରିଲେ ଯାଦବ

ଜୟପୁର : କୋରାପୁଟ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରବିବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଜିଲାର ବ୍ଲକର ହଜାର ହଜାର ସଂଖ୍ୟାରେ ଯାଦବ ଭାଇଭଉଣୀମାନେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଆଲିସନ୍ ହୋଟେଲ୍ ସମ୍ମୁଖରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ପରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ୭ ଦଫାର ଏକ ଦାବୀପତ୍ର ଜିଲ୍ଲା ଜରୁରିକାଳୀନ ଅଧିକାରୀ ଜ୍ଞାନଜିତ୍ ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ ।

ଏହି ୭ ଦଫା ଦାବି ସମ୍ବଳିତ ପତ୍ରକୁ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ ସମସ୍ତଙ୍କ ନିକଟରେ ପାଠ କରିଥିଲେ । ଏଥିରେ ଯାଦବଙ୍କୁ ଗିରିଜନ ମାନ୍ୟତା, ଗୋଚର ଜମି ଜବର ଦଖଲ ମୁକ୍ତ, ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ଯାଦବଙ୍କ ଭାଗିଦାରୀ ଅନୁସାରେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା, ଓମଫେଡ ସଂସ୍ଥାର ସମ୍ପୂର୍ଣ୍ଣ ଦାୟିତ୍ୱ ଯାଦବଙ୍କର ରହିବା, ସେନା ବାହିନୀରେ ଅହିର୍ ରେଜୀମେଣ୍ଟ ଗଠନ, ଯାଦବଙ୍କ ପାଇଁ ଜଙ୍ଗଲ ଜମି ଅଧିକାର, ଯାଦବ ବିକାଶ ପରିଷଦ ଗଠନ ଅନ୍ତର୍ଭୁକ୍ତ । ପରେ ଶୋଭାଯାତ୍ରା ନଗର ଭବନ ବାହାରିଥିଲା । ସେଠାରେ ଏକ ବୁଦ୍ଧିଜୀବି ସମ୍ମେଳନ ଆୟୋଜିତ ହୋଇଥିଲା । ଏହାକୁ ସଭାପତି ମଦନ ମୋହନ ନାୟକ ପୌରୋହିତ୍ୟ କରିଥିବା ବେଳେ ଆବାହକ ସାଥିରାମ ନାୟକ ପରିଚାଳନା କରିଥିଲେ । ଏହାକୁ ଛବିଳ ବଗର୍ତ୍ତୀ ଉଦ୍‌ଘାଟନ କରିଥିଲେ । ଏହି ସମ୍ମେଳନରେ ନାରାୟଣ ଦାସ, ମୁଖ୍ୟଅତିଥି, ପ୍ରଦୀପ ବେହେରା ମୁଖ୍ୟବକ୍ତା, ଧବଳେଶ୍ୱର ବାଗ, ବ୍ରଜ ସୁନ୍ଦର ନାୟକ, ପର୍ଶୁରାମ ଗୌଡ଼, ଜ୍ୟୋତି ରଞ୍ଜନ କଂସ, ତପନ ଯୁଆଡ଼ି, କବିରାଜ ଭୋଇ, ଅଭି ଗୌଡ଼, ସଦାଶିବ ଗୌଡ଼, ଶରତ ଚନ୍ଦ୍ର ଗୌଡ, ଦିବାକର ପୋଢ଼, ସୁଦର୍ଶନ ଗୌଡ଼, ନରେଶ ମହାକୁଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୋରାପୁଟ ବ୍ଲକ୍ ସଭାପତି ସୁନା ଗୌଡ଼, କୈଳାସ ଗୌଡ଼, ଅର୍ଜୁନ ହନ୍ତାଳ, ଗୋବର୍ଦ୍ଧନ ବୈରାଗୀ, ହରି ଗୌଡ଼, ଗାନ୍ଧୀ ଗୌଡ଼, ଖଗପତି ଗୌଡ଼, ରମେଶ ଗୌଡ଼, ଧନୁର୍ଜୟ ଗୌଡ଼, ଜଗା ଗୌଡ଼, ନୀର ଗୌଡ, ବୀଣା ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉପ ସଭାପତି କବିରାଜ ପରମେଶ୍ୱର ପାତ୍ର ଧନ୍ୟବାଦ ଦେଇ୍‌ଥିଲେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button