ରାଜ୍ୟ

୬ ମାସରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର

ବାଲେଶ୍ୱର: ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦିଆଯିବ । ବାଲେଶ୍ୱର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପରେ ଏଭଳି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ବାତ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଥିଲେ । ବାତ୍ୟାରେ କେତେ କ’ଣ ଘର ଭାଙ୍ଗିଛି ସେନେଇ ସମୀକ୍ଷା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ବାଲେଶ୍ୱର ଜିଲ୍ଲାର ସୋର, ବାହାନଗା, ସିମୁଳିଆ, ଔପଦା, ନୀଳଗିରି ର ବିଭିନ୍ନ ବ୍ଲକ ର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସ୍ଥିତି ସମୀକ୍ଷା କରିବା ପରେ ମନ୍ତ୍ରୀ କହିଛନ୍ତି, ଲୋକମାନଙ୍କୁ କିଛି ଚିନ୍ତା କରିବାର ନାହିଁ । ଘର ଭାଙ୍ଗିଥିବା ଲୋକଙ୍କୁ ନୂଆ ଘର ଦିଆଯିବ । ପାଖାପାଖି ୨୦ ଲକ୍ଷ ଲୋକଙ୍କୁ ଆସନ୍ତା ୬ମାସ ଭିତରେ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ବାତ୍ୟା ଦାନା ଭିତରକନିକାରେ ମାଡ ହୋଇଥିଲେ ମଧ୍ୟ ଏହାର ସବୁଠୁ ବେଶୀ ପ୍ରଭାବ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ଆଣିଦେଇଛି ଦୁର୍ବିସହ । ଗୋଟେ ପଟେ ପବନ ଝାଟିମାଟି ଘରକୁ ମାଟିରେ ମିଶାଇଥିବା ବେଳେ ଲଗାଣ ବର୍ଷା ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଯାହାର ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button