ରାଜ୍ୟ
ପୁଣି ବିମାନ ଚଳାଚଳ ଆରମ୍ଭ
ଭୁବନେଶ୍ୱର: ବାତ୍ୟା ‘ଦାନା’ ଉତ୍ତର ଉପକୂଳ ଓଡ଼ିଶା ଉପରେ ୧୦ କିଲୋମିଟର ବେଗରେ କେନ୍ଦ୍ରୀଭୂତ ହୋଇ ଦୁର୍ବଳ ହୋଇପଡ଼ିଛି। ପରେ ଆଜି ସକାଳୁ ବିମାନ ଚଳାଚଳ ସ୍ୱଭାବିକ ହୋଇଛି । ଭୁବନେଶ୍ୱର ଓ ପଶ୍ଚିମବଙ୍ଗରେ ଯେଉଁ ବିମାନ ସବୁ ବାତିଲା ହୋଇଥିଲା ସେବସବୁକୁ ଉଡ଼ାଣ ପାଇଁ ଅନୁମତି ମିଳିଛି। ବାତ୍ୟା ଲ୍ୟାଣ୍ଡ୍ଫଲ୍ କରିବା ପରେ କୋଲକାତା ଏବଂ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଉଭୟ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିଥିଲା।