ରାଜ୍ୟ
ଉପକୂଳ ମୁହାଁ ହେଉଛି ‘ଦାନା’
ଭୁବନେଶ୍ୱର: ଉପକୂଳ ମୁହାଁ ହେଉଛି ବାତ୍ୟା ‘ଦାନା’। ଗତ ୬ ଘଣ୍ଟାରେ ୧୦ କିମି ବେଗରେ ଗତି କରୁଛି। ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଏବଂ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ରହିଛି ବାତ୍ୟା। ସେହିପରି ସାଗର ଦ୍ୱୀପର ଦକ୍ଷିଣକୁ ୨୫୦ କିମି ଦୂରରେ ରହିଛି। ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଉଛି।
ଆଇଏମଡିର ପୂର୍ବାନୁମାନ ଅନୁସାରେ, ଲ୍ୟାଣ୍ଡଫଲ ସମୟରେ ସର୍ବାଧିକ ପବନର ବେଗ ୧୨୦ ଭିତରେ ରହିବ । ବର୍ତ୍ତମାନ ବଙ୍ଗୋପସାରରେ ବାତ୍ୟା ଦାନାର କେନ୍ଦ୍ରସ୍ଥଳରେ ପବନର ବେଗ ସର୍ବାଧିକ ୧୦୫ ରହିଥିବା ବେଳେ ଓ ଉପକୂଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ବହୁଛି ।