ରାଜ୍ୟ

ବଦଳିଲା ବାତ୍ୟାର ଗତିପଥ

ଭୁବନେଶ୍ୱର : ବଦଳିଲା ବାତ୍ୟା ଦାନାର ଗତିପଥ । ଦିଗ ବଦଳାଇଲା ବାତ୍ୟା ଦାନା । ଏବେ ସାଗର ଦ୍ୱୀପରୁ ଦୂରେଇ ଓଡ଼ିଶା ଭିତରକୁ ପଶୁଛି ବାତ୍ୟା । ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁଇବ ଦାନା । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲା ପ୍ରଭାବିତ ହେବ । ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର ଜିଲ୍ଲା ପ୍ରଭାବିତ ହେବ । ଅନ୍ୟ କିଛି ଜିଲ୍ଲା ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି । ସବୁଠାରୁ ଅଧିକ ବର୍ଷା ପାରାଦୀପରେ ରେକର୍ଡ କରାଯାଇଛି ।

ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦୂରରେ ରହିଛି । ସେହିପରି ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା । ଏବେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଦାନା
। ଆଜି ମଧ୍ୟରାତ୍ରରେ ଭିତରକନିକା ଏବଂ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ
ା ପରେ ଭଦ୍ରକରୁ ରିକର୍ଭ କରି ପଶ୍ଚିମ ଓଡିଶା କୁ ମୁହାଁଇବ । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ଅତିକ୍ରମ କରିବ । ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର,ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ରେ ଭୀଷଣ ବର୍ଷା ହେବ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button