ରାଜ୍ୟ

ଦୁଇ ଦିନ ହବିଷିଆଳିଙ୍କ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ: ବାତ୍ୟାକୁ ଦୃଷ୍ଟିରେ ରଖି ୨୪ ଓ ୨୫ ତାରିଖ ଅର୍ଥାତ୍ ଦୁଇଦିନ ହବିଷିଆଳିଙ୍କ ଲାଗି ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ହବିଷିଆଳି ମା’ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି । ହବିଷିଆଳିମାନେ ସେଣ୍ଟରଗୁଡ଼ିକରେ ରହିଛନ୍ତି। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ। ସମସ୍ତ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ କେନ୍ଦ୍ରଗୁଡ଼ିକର ଯାଞ୍ଚ କରାଯାଇଛି। କେନ୍ଦ୍ରଗୁଡ଼ିକରେ ଡିଜି ସେଟ୍‌, ୩୦୦ ଲିଟର ଡିଜେଲ ମହଜୁଦ୍ ରଖାଯାଇଛି। ପରିମଳ ଉପରେ ଧ୍ୟାନ ଦିଆଯାଇଛି। ପାଣି ନଷ୍ଟ ନ କରିବାକୁ ହବିଷିଆଳିମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଭକ୍ତଙ୍କ ଦର୍ଶନ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। ତେବେ ଅଧିକ ବର୍ଷା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ପରିସରକୁ ନ ଯାଇ ସୁରକ୍ଷିତ ଭାବରେ ଘରେ ରହିବା ନିମନ୍ତେ ଅନୁରୋଧ କରାଯାଉଛି।

ପୁରୀରେ ବାତ୍ୟାର ପ୍ରଭାବ ରହିଲେ ମଧ୍ୟ ସେଭଳି ଭୟଭୀତ ନ ହେବା ପାଇଁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ୬୦ରୁ ୯୦ କି.ମି. ପର୍ଯ୍ୟନ୍ତ ପବନ ବହିବାକୁ ଥିବାବେଳେ ଭୟଭୀତ ନ ହୋଇ କେବଳ ସତର୍କ ଓ ସୁରକ୍ଷିତ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଜିଲାରେ ୨ ଓଡ୍ରାଫ ଟିମ୍‌, ୨ ଏନ୍‌ଡିଆରଏଫ୍ ଟିମ୍ ସମେତ ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ୍ ମୁତୟନ ରହିଛନ୍ତି। ଜିଲାରେ ସମୁଦାୟ ୨୬ ଟିମ୍ ବିପର୍ଯ୍ୟୟ ମୁକାବିଲା ପାଇଁ ମୁତୟନ ରହିଛନ୍ତି। ୧୧ଟି ବ୍ଲକ୍ ସମେତ ଅତିରିକ୍ତ ୬ଟି ଫାୟାର ଟିମ୍ ମୁତୟନ ଅଛନ୍ତି। ରାଜସ୍ୱ, ପୋଲିସ ଭେଟେରିନାରୀ ଟିମ୍ ପ୍ରସ୍ତୁତ ରହିବା ସହିତ ୮୦୦ ଦକ୍ଷ ମାନବ ସମ୍ବଳ ସମ୍ପନ୍ନ ଟିପିସିଓଡିଏଲ ଟିମ୍ ପ୍ରସ୍ତୁତ ରହିଛି। ସେହିଭଳି ୧୭୯ଟି ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ କଲେଜ ସମେତ ୩୭୦ଟି ଅସ୍ଥାୟୀ କେନ୍ଦ୍ର ପ୍ରସ୍ତୁତ ରହିଛି। କ୍ଷୟକ୍ଷତି ଆକଳନ ସହ କିପରି ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟ ମୁକାବିଲା ତ୍ୱରିତ ପରିଚାଳନା କରାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button