ରାଜ୍ୟ

ତୁରନ୍ତ ଦୀଘା ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା। ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଏଥିପ୍ରତି ପୁରା ଦମ୍‌ରେ ସଜାଗ ଅଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର। ଏହା ଓଡ଼ିଶାର ପୁରୀରୁ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟରେ ଅତିକ୍ରମ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଆସିଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ସହର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଏବେ ପଶ୍ଚିମବଙ୍ଗ ସରକାର ବି ତୁରନ୍ତ ଓଡ଼ିଶା ସୀମାନ୍ତ ଦିଘା ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀଘାର କୌଣସି ହୋଟେଲ ନୂଆ ବୁକିଂ କରିପାରିବେନି ବୋଲି ବି କୁହାଯାଇଛି। ଏବେ ପର୍ଯ୍ୟଟକମାନେ ହୋଟେଲ ଖାଲି କରୁଥିବା ଓ ଦୀଘା ଛାଡ଼ୁଥିବା ଦେଖିବାକୁ ମିଳିଛି। ସମ୍ଭାବ୍ୟ ବାତ୍ୟା ଆସନ୍ତାକାଲି ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button