ରାଜ୍ୟ

ଅଧରାତିରେ କରିବ ଲ୍ୟାଣ୍ଡଫଲ୍ !

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ବାତ୍ୟା ଦାନା ପାରାଦୀପ ଠାରୁ ମାତ୍ର ୫୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାକୁ ୭ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ଦାନା। ୨୪ରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ। ୨୪ ତାରିଖ ଅଧରାତିରେ ଏହା ଲ୍ୟାଣ୍ଡଫଲ୍ କରିପାରେ । ନଚେତ୍ ୨୫ ସକାଳେ ଉପକୂଳ ଅତିକ୍ରମ କରିବ ଦାନା ବୋଲି ପାଣିପାଗ ଆକଳନ କରିଛି। ଏହା ପୁରୀ ଏବଂ ସାଗରଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button